• Tue. Oct 28th, 2025

Mamata News

ଆପଣଙ୍କ ସ୍ବର ଆମ ମାଧ୍ୟମ

କେନ୍ଦ୍ର ସରକାରୀ କର୍ମଚାରୀଙ୍କୁ ମହଙ୍ଗା ଭତ୍ତା ଏବଂ ପେନସନଭୋଗୀଙ୍କୁ ମହଙ୍ଗା ସହାୟତାରେ ଅତିରିକ୍ତ ତିନି ପ୍ରତିଶତ ବୃଦ୍ଧିକୁ କ୍ୟାବିନେଟ୍‌ ମଞ୍ଜୁରୀ

Bymamatanews

Oct 16, 2024
Spread the love

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ କେନ୍ଦ୍ର ସରକାରୀ କର୍ମଚାରୀଙ୍କୁ ମହଙ୍ଗା ଭତ୍ତା (ଡିଏ) ଏବଂ ପେନସନଭୋଗୀମାନଙ୍କୁ ମହଙ୍ଗା ସହାୟତା (ଡିଆର)ରେ ଅତିରିକ୍ତ କିସ୍ତି ବୃଦ୍ଧିକୁ ଅନୁମୋଦନ କରାଯାଇଛି । ଦରଦାମ୍‌ ବୃଦ୍ଧିର ଭରଣା ପାଇଁ ମୂଳ ବେତନ/ପେନସନର ବର୍ତ୍ତମାନର ୫୦% ଉପରେ ଅତିରିକ୍ତ ତିନି ପ୍ରତିଶତ (୩%) ଡିଏ/ଡିଆର ବୃଦ୍ଧିକୁ କ୍ୟାବିନେଟ୍‌ ମଞ୍ଜୁର କରିଛି ।

ସପ୍ତମ କେନ୍ଦ୍ରୀୟ ବେତନ ଆୟୋଗଙ୍କ ସୁପାରିସ ଆଧାରରେ ସ୍ୱୀକୃତ ଫର୍ମୁଲା ମୁତାବକ ଏହି ବୃଦ୍ଧି କରାଯାଇଛି । ଉଭୟ ଡିଏ ଓ ଡିଆର୍ ବୃଦ୍ଧି କାରଣରୁ ରାଜକୋଷ ଉପରେ ବାର୍ଷିକ ୯,୪୪୮.୩୫ କୋଟି ଟଙ୍କାର ମିଶ୍ରିତ ବୋଝ ପଡ଼ିବ।

ଏହାଦ୍ୱାରା ପ୍ରାୟ ୪୯.୧୮ ଲକ୍ଷ କେନ୍ଦ୍ର ସରକାରୀ କର୍ମଚାରୀ ଏବଂ ୬୪.୮୯ ଲକ୍ଷ ପେନସନଭୋଗୀ ଉପକୃତ ହେବେ।

Leave a Reply

Your email address will not be published. Required fields are marked *