
(୨୭ /୧୦ /୨୦୨୪) ଅନୁଗୁଳ : ରାଜ୍ୟରେ ଲୋକଙ୍କ ସରକାର ଚାଲିଛି, ଲୋକଙ୍କ ଅନୁଯାୟୀ ଲୋକ ଯାହା ଚାହିଁବେ ତାହା ହେବ |ନିର୍ବାଚନ ପୂର୍ବରୁ ବିଜେପି ତାର ସଂକଳ୍ପ ପତ୍ର ରେ ଯାହା ଉଲ୍ଲେଖ କରିଥିଲା ସେହି ଅନୁଯାୟୀ କାର୍ଯ୍ୟ ଜାରି ରହିଛି ବୋଲି ବିଜେପି ରାଜ୍ୟ ଉପ ସଭାପତି ଗୋଲକ ମହାପାତ୍ର ପ୍ରକାଶ କରିଛନ୍ତି |ଅନୁଗୁଳ ଜିଲ୍ଲା ବିଜେପି କାର୍ଯ୍ୟାଳୟ ରେ ଅନୁଷ୍ଠିତ ସଦସ୍ୟତା ସମ୍ପର୍କିତ ବୈଠକରେ ଯୋଗଦେଇ ଶ୍ରୀ ମହାପାତ୍ର ପ୍ରକାଶ କରିଛନ୍ତି |ମୋହନ ମାଝି ଙ୍କ ନେତୃତ୍ୱ ରେ ବିଜେପି ସରକାର ଶପଥ ନେବାର ୨୪ ଘଣ୍ଟା ମଧ୍ୟରେ ଶ୍ରୀମନ୍ଦିର ର ଚାରି ଦ୍ୱାର ଖୋଲିବା, ପରେ ରତ୍ନ ଭଣ୍ଡାର ଖୋଲିବା, ସୁଭଦ୍ରା ଯୋଜନାରେ ଏକ କୋଟି ୪୦ ଲକ୍ଷ ମହିଳାଙ୍କୁ ସାମିଲ କରି ୫୦୦୦ ଟଙ୍କା ପ୍ରଥମ କିସ୍ତି ପ୍ରଦାନ କରିବା, ଧାନର ସହାୟକ ମୂଲ୍ୟ ଉପରେ ଆଠ ଶହ ଟଙ୍କାର ବୋନସ ଦେଇ ୩୧୦୦ ଟଙ୍କାରେ ଚାଷୀ ଙ୍କ ଠାରୁ ଧାନ କିଣିବା, ୪୦,୦୦୦ ଶିକ୍ଷକ ପଦବୀ ଖାଲି ଥିବା ବେଳେ ୧୬, ୦୦୦ ଶିକ୍ଷକଙ୍କୁ ନୁଯୁକ୍ତି ଦେବା ସହ ଆଗାମୀ ଦିନରେ ଆଊ ୨୫, ୦୦୦ଶିକ୍ଷକ ଙ୍କୁ ନିଯୁକ୍ତି ଦେବା ପାଇଁ ପ୍ରକ୍ରିୟା ଆରମ୍ବ କରିବା, ଭରତପୁର ଥାନା ରେ ମହିଳା ଙ୍କୁ ଦୁର୍ବ୍ୟବହାର ପ୍ରସଙ୍ଗରେ ପୋଲିସ ଅଧିକାରୀ ଙ୍କୁ ନିଲମ୍ବନ କରାଯିବା ଭଳି ସବୁ କ୍ଷେତ୍ରରେ ଆମ ସରକାର ଲୋକଙ୍କ ହିତରେ ଆମ ସରକାର କାର୍ଯ୍ୟ କରୁଛି ବୋଲି ଆଜି ପ୍ରତିପାଦିତ ହୋଇଛି |ବିଜେପି କାର୍ଯ୍ୟକର୍ତା ମାନେ ସାଧାରଣ ଲୋକଙ୍କ ପାଇଁ କାର୍ଯ୍ୟ କରିବାକୁ ପରାମର୍ଶ ଦେଇଥିଲେ |ସବୁ ଲୋକଙ୍କ ପାଖକୁ ଯାଇ ବିଜେପି ର ସଦସ୍ୟ କରିବା ସହ ସବୁ ବୁଥ ରୁ ଅନ୍ୟୁନ୍ୟ ୫ଜଣ ଙ୍କୁ ସକ୍ରିୟ ସଦସ୍ୟ କରିବାକୁ ସେ ଆହ୍ୱାନ ଦେଇଥିଲେ |ବିଜେପି ଜିଲ୍ଲା ସଭାପତି ଦିଲେଶ୍ଵର ପ୍ରଧାନ ଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ଉକ୍ତ ବୈଠକ ରେ ଅନୁଗୁଳ ବିଧାୟକ ପ୍ରତାପ ଚନ୍ଦ୍ର ପ୍ରଧାନ, ଛେଣ୍ଡିପଦା ବିଧାୟକ ଅଗସ୍ତି ବେହେରା,, ପ୍ରାକ୍ତନ ବିଧାୟକ ରମେଶ ସାଏ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟା ପ୍ରତିମା ମିଶ୍ର, ସଦସ୍ୟତା ଜିଲ୍ଲା ସଂଯୋଜକ ଦିଲ୍ଲୀପ ପ୍ରଧାନ, ସକ୍ରିୟ ସଦସ୍ୟ ଜିଲ୍ଲା ସଂଯୋଜକ ସୁଦିପ ଗଡ଼ନାୟକ, ନୃସିଂହ ବରାଳ ଓ ପ୍ରଭାତ ପ୍ରଧାନ ପ୍ରମୁଖ ଯୋଗଦେଇ ଅନୁଗୁଳ ଜିଲ୍ଲା କୁ ଦିଆ ଯାଇଥିବା ସଦସ୍ୟତା ଟାର୍ଗେଟ କୁ ସମ୍ପୂର୍ଣ କରିବା ଉପରେ ମତ ପ୍ରକାଶ କରିଥିଲେ |ସମସ୍ତ ଜିଲ୍ଲା ପଦାଧିକାରୀ, ମଣ୍ଡଳ ସଭାପତି, ସକ୍ରିୟ ସଦସ୍ୟତା କାର୍ଯ୍ୟକର୍ତା ଙ୍କ ସମେତ ଶତାଧିକ କାର୍ଯ୍ୟକର୍ତା ଯୋଗ ଦେଇଥିଲେ |
