• Tue. Oct 28th, 2025

Mamata News

ଆପଣଙ୍କ ସ୍ବର ଆମ ମାଧ୍ୟମ

ଭାରତ ଅଟା ଏବଂ ଭାରତ ଚାଉଳର ଦ୍ୱିତୀୟ ପର୍ଯ୍ୟାୟ ଖୁଚୁରା ବିକ୍ରିର ଶୁଭାରମ୍ଭ କରିଛନ୍ତି କେନ୍ଦ୍ର ଖାଉଟି ବ୍ୟାପାର, ଖାଦ୍ୟ ଓ ସାଧାରଣ ବଣ୍ଟନ ମନ୍ତ୍ରୀ ଶ୍ରୀ ପ୍ରହ୍ଲାଦ ଯୋଶୀ

Bymamatanews

Nov 6, 2024
Spread the love


ଦ୍ବିତୀୟ ପର୍ଯ୍ୟାୟର ପ୍ରାରମ୍ଭିକ ପର୍ଯ୍ୟାୟରେ ଖୁଚୁରା ବିକ୍ରି ପାଇଁ ୩.୬୯ ଲକ୍ଷ ମେଟ୍ରିକ୍ ଟନ୍ ଗହମ ଓ ୨.୯୧ ଲକ୍ଷ ମେଟ୍ରିକ୍ ଟନ୍ ଚାଉଳ ଉପଲବ୍ଧ ହୋଇଛି

ଉପଭୋକ୍ତାଙ୍କୁ ରିହାତି ମୂଲ୍ୟରେ ଅତ୍ୟାବଶ୍ୟକ ଖାଦ୍ୟ ସାମଗ୍ରୀର ଉପଲବ୍ଧତା ସୁନିଶ୍ଚିତ କରିବା ଦିଗରେ ଭାରତ ସରକାରଙ୍କ ପ୍ରତିବଦ୍ଧତାକୁ ଏହି ପଦକ୍ଷେପ ପ୍ରମାଣିତ କରୁଛି: ଶ୍ରୀ ଯୋଶୀ

କେନ୍ଦ୍ର ଖାଉଟି ବ୍ୟାପାର, ଖାଦ୍ୟ ଓ ସାଧାରଣ ବଣ୍ଟନ ଏବଂ ନୂତନ ଓ ଅକ୍ଷୟ ଶକ୍ତି ମନ୍ତ୍ରୀ ଶ୍ରୀ ପ୍ରହ୍ଲାଦ ଯୋଶୀ ଆଜି ରାଷ୍ଟ୍ରମନ୍ତ୍ରୀ ଶ୍ରୀ ବିଏଲ ବର୍ମାଙ୍କ ଉପସ୍ଥିତିରେ ଏନସିସିଏଫ, ନାଫେଡ ଏବଂ କେନ୍ଦ୍ରୀୟ ଭଣ୍ଡାରର ମୋବାଇଲ ଭ୍ୟାନକୁ ପତାକା ଦେଖାଇ ଭାରତ ଅଟା ଏବଂ ଭାରତ ଚାଉଳର ଖୁଚୁରା ବିକ୍ରିର ଦ୍ୱିତୀୟ ପର୍ଯ୍ୟାୟର ଶୁଭାରମ୍ଭ କରିଛନ୍ତି ।

ଦ୍ବିତୀୟ ପର୍ଯ୍ୟାୟରେ ଗ୍ରାହକଙ୍କୁ ଅଟା କିଲୋ ପିଛା ସର୍ବାଧିକ ୩୦ ଟଙ୍କା ଏବଂ ଭାରତ ଚାଉଳ କିଲୋ ପିଛା ସର୍ବାଧିକ ୩୪ ଟଙ୍କାରେ ଉପଲବ୍ଧ କରାଯାଉଛି। ଏହି ଅବସରରେ ଗଣମାଧ୍ୟମ ପ୍ରତିନିଧିଙ୍କ ସହ କଥାବାର୍ତ୍ତା ବେଳେ ଶ୍ରୀ ଯୋଶୀ କହିଥିଲେ ଯେ ଉପଭୋକ୍ତାଙ୍କୁ ରିହାତି ମୂଲ୍ୟରେ ଅତ୍ୟାବଶ୍ୟକ ଖାଦ୍ୟ ସାମଗ୍ରୀ ଉପଲବ୍ଧ କରାଇବା ଦିଗରେ ଭାରତ ସରକାରଙ୍କ ପ୍ରତିବଦ୍ଧତାକୁ ଏହି ପଦକ୍ଷେପ ପ୍ରମାଣିତ କରୁଛି। ଭାରତ ବ୍ରାଣ୍ଡ ଅଧୀନରେ ଚାଉଳଅଟା ଓ ଡାଲି ଭଳି ମୌଳିକ ଖାଦ୍ୟ ସାମଗ୍ରୀର ଖୁଚୁରା ବିକ୍ରି ମାଧ୍ୟମରେ ସିଧାସଳଖ ସ୍ଥିର ମୂଲ୍ୟ ବ୍ୟବସ୍ଥା ବଜାୟ ରଖିବାରେ ସହାୟକ ହୋଇଛି।

ଦ୍ବିତୀୟ ପର୍ଯ୍ୟାୟର ପ୍ରଥମ ପର୍ଯ୍ୟାୟରେ ଖୁଚୁରା ବିକ୍ରି ପାଇଁ ୩.୬୯ ଲକ୍ଷ ମେଟ୍ରିକ ଟନ୍‍ ଗହମ ଓ ୨.୯୧ ଲକ୍ଷ ମେଟ୍ରିକ ଟନ୍‍ ଚାଉଳ ଉପଲବ୍ଧ କରାଯାଇଛି । ପ୍ରଥମ ପର୍ଯ୍ୟାୟରେ ୧୫.୨୦ ଲକ୍ଷ ମେଟ୍ରିକ ଟନ୍‍ ଭାରତ ଅଟା ଓ ୧୪.୫୮ ଲକ୍ଷ ମେଟ୍ରିକ ଟନ୍‍ ଭାରତ ଚାଉଳ ସାଧାରଣ ଉପଭୋକ୍ତାଙ୍କୁ ରିହାତି ଦରରେ ଉପଲବ୍ଧ କରାଯାଇଥିଲା।

କେନ୍ଦ୍ରୀୟ ଭଣ୍ଡାରନାଫେଡ୍ ଏବଂ ଏନସିସିଏଫ ଏବଂ ଇ-କମର୍ସ/ବିଗ୍ ଚେନ୍ ରିଟେଲରଙ୍କ ଷ୍ଟୋର ଏବଂ ମୋବାଇଲ ଭ୍ୟାନ୍ ରେ ଭାରତ ଅଟା ଏବଂ ଭାରତ ଚାଉଳ ଉପଲବ୍ଧ ହେବ। ଦ୍ବିତୀୟ ପର୍ଯ୍ୟାୟରେ ଭାରତ‘ ବ୍ରାଣ୍ଡ୍‍ ଅଟା ଏବଂ ଚାଉଳ ୫ କେଜି ଓ ୧୦ କେଜି ବ୍ୟାଗରେ ବିକ୍ରି ହେବ।

ପଞ୍ଜାବରେ ଧାନ କ୍ରୟ ସମ୍ପର୍କରେ ସୂଚନା ଦେଇ କେନ୍ଦ୍ରମନ୍ତ୍ରୀ ପଞ୍ଜାବରେ ୧୮୪ ଲକ୍ଷ ମେଟ୍ରିକ ଟନ୍‍ ଧାର୍ଯ୍ୟ କ୍ରୟ ଆକଳନ ହାସଲ କରିବା ଏବଂ କୃଷକମାନଙ୍କ ଦ୍ୱାରା ମଣ୍ଡିକୁ ଅଣାଯାଇଥିବା ପ୍ରତ୍ୟେକ ଶସ୍ୟ କିଣିବା ପାଇଁ କେନ୍ଦ୍ର ସରକାରଙ୍କ ପ୍ରତିବଦ୍ଧତାକୁ ଦୋହରାଇଥିଲେ । ୨୦୨୪ ନଭେମ୍ବର ୪ତାରିଖରେ ପଞ୍ଜାବ ମଣ୍ଡିରେ ସମୁଦାୟ ୧୦୪.୬୩ ଲକ୍ଷ ମେଟ୍ରିକ୍ ଟନ୍ ଧାନ ପହଞ୍ଚିଥିବା ବେଳେ ସେଥିରୁ ୯୮.୪୨ ଲକ୍ଷ ମେଟ୍ରିକ୍ ଟନ୍ ଧାନ ରାଜ୍ୟ ଏଜେନ୍ସି ଓ ଏଫସିଆଇ କ୍ରୟ କରିଛନ୍ତି। ଗ୍ରେଡ୍ ‘ ଧାନ ପାଇଁ ଭାରତ ସରକାର ସ୍ଥିର କରିଥିବା ଏମ୍ଏସପି ୨୩୨୦/- ଟଙ୍କାରେ ଧାନ କିଣାଯାଉଛି। ଚଳିତ କେଏମ୍ଏସ୍ ୨୦୨୪-୨୫ରେ ଆଜି ସୁଦ୍ଧା ଭାରତ ସରକାର କିଣିଥିବା ମୋଟ ଧାନର ମୂଲ୍ୟ ୨୦,୫୫୭ କୋଟି ଟଙ୍କା। ଏହାଦ୍ୱାରା ୫.୩୮ ଲକ୍ଷ କୃଷକ ଉପକୃତ ହୋଇଛନ୍ତି ଏବଂ ଏମଏସପି ରାଶି ସେମାନଙ୍କ ବ୍ୟାଙ୍କ ଆକାଉଣ୍ଟରେ ଜମା ହୋଇଛି ।

Leave a Reply

Your email address will not be published. Required fields are marked *