• Wed. Oct 29th, 2025

Mamata News

ଆପଣଙ୍କ ସ୍ବର ଆମ ମାଧ୍ୟମ

ଜନ ସ୍ଵାସ୍ଥ୍ୟ ବିଭାଗ ର ଅବହେଳିତ ମନୋଭାବ ରୁ ଜୀବନ ମରଣ ସହ ଲଢୁଛନ୍ତି ଜନସାଧାରଣ

Bymamatanews

Nov 14, 2024
Spread the love

ଥାନା ଛକ ନିକଟ ଏକ ବୃହତ ଗାତରେ ପଡି ବାଇକ ଚାଳକ ଗୁରୁତ୍ତର

ଅନୁଗୋଳ ସହରର ଥାନା ଛକ ନିକଟ ରେ ଏକ ବୃହତ ଗାତ ରେ ପଡି ଜଣେ ବ୍ୟକ୍ତି ଗୁରୁତର ହୋଇ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ରେ ଭର୍ତି ହୋଇଛନ୍ତି। ସୂଚନା ଯେ, ଆଜି ରାତ୍ର ୯.୩୦ ଘଟିକା ସମୟରେ ତୁରଙ୍ଗ ଗ୍ରାମର ଗିରୀଶ ଚନ୍ଦ୍ର ପଣ୍ଡା ଙ୍କ ପୁଅ ପଙ୍କଜ ପଣ୍ଡା(୪୬) ରାତ୍ର ୯.୩୦ ସମୟରେ ଥାନା ଛକ ଅଞ୍ଚଳରୁ କଲେଜ ଛକ ଅଞ୍ଚଳକୁ ବାଇଟ ଯୋଗେ ଯାଉଥିବା ବେଳେ ଥାନା ଛକ ନିକଟରେ ଜନ ସ୍ଵାସ୍ଥ୍ୟ ବିଭାଗ ପକ୍ଷରୁ କରାଯାଇଥିବା ଏକ ବୃହତ ଗାତ ରେ ପଡି ଯାଇଥିଲେ।

ଯାହା ଫଳରେ ପଙ୍କଜ ଗୁରୁତର ହୋଇଯାଇଥିଲେ। ପଙ୍କଜ ଙ୍କୁ ସ୍ଥାନୀୟ ଉଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ରେ ଭର୍ତି କରିଥିଲେ। ପଙ୍କଜ ଙ୍କ ଅବସ୍ଥା ଗୁରୁତ୍ତର ଥିବାରୁ ତାଙ୍କୁ କଟକ ସ୍ଥାନାନ୍ତର କରାଯାଇଛି। ଜନ ସ୍ଵାସ୍ଥ୍ୟ ବିଭାଗ ର ଅବହେଳା ପାଇଁ କେତେ ବେଳେ ଜନ ସାଧାରଣ ଗୁରୁତ୍ତର ହୋଇଛନ୍ତି ତ କେତେ ବେଳେ ଜୀବନ ଯାଉଛି। ଜନ ସ୍ଵାସ୍ଥ୍ୟ ବିଭାଗ ର ଅବହେଳା ପାଇଁ ବଳି ପଡୁଛନ୍ତି ନିରୀହ ଜନ ସାଧାରଣ। ଏହି ଭଳି ଅପାରଗତା ପାଇଁ ନିରୀହ ଲୋକ ବଳି ପଡୁଛନ୍ତି ବୋଲି କ୍ଷୁବ୍ଧ ପ୍ରକାଶ କରିଛନ୍ତି ବୁଦ୍ଧି ଜିବି।

Leave a Reply

Your email address will not be published. Required fields are marked *