ଜନସାଧାରଣଙ୍କ ପାଇଁ ବନବିଭାଗକୁ ବଡ ପ୍ରଶ୍ନ କଲେ ବିଧାୟକ
ହାତୀକୁ ନିଜ ସ୍ଥାନକୁ ପଠାଇବା ନା ଏଠାରେ ରଖିବା ଉତ୍ତରରେ ଚୁପ୍ ବନବିଭାଗ
ଅନୁଗୋଳ ଜିଲ୍ଲାର ବିଭିନ୍ନ ଭାଗରେ ହାତୀ-ମଣିଷ ବିବାଦ ବଢ଼ିବାରେ ଲାଗିଛି କେବଳ ହାତୀ ନୁହନ୍ତି, ଅନ୍ୟ ବନ୍ୟପ୍ରାଣୀ ମଧ୍ୟ ଜନବସତିକୁ ପଶି ବ୍ୟାପକ ଫସଲ ନଷ୍ଟ କରୁଛନ୍ତି । ଏହାକୁ ରୋକିବା ପାଇଁ ଏକ ଉଚ୍ଚସ୍ତରୀୟ ବୈଠକ ସ୍ଥାନୀୟ ସର୍କିଟ୍ ହାଉସ୍ରେ ଅନୁଷ୍ଠିତ ହୋଇଛି। ଏଥିରେ ଅନୁଗୋଳ ବିଧାୟକ ପ୍ରତାପ ଚନ୍ଦ୍ର ପ୍ରଧାନ, ଛେଣ୍ଡିପଦା ବିଧାୟକ ଅଗସ୍ତି ବେହେରା, ପାଳଲହଡ଼ା ବିଧାୟକ ଅଶୋକ ମହାନ୍ତି, ଜିଲ୍ଲା ପରିଷଦ ସଭାପତି ବବିତା ପ୍ରଧାନ, ଢେଙ୍କାନାଳ ଓ ସମ୍ବଲପୁର ସାଂସଦଙ୍କ ପ୍ରତିନିଧିଙ୍କ ସମେତ ବିଭିନ୍ନ ସ୍ବେଚ୍ଛାସେବୀ ସଂଗଠନର କର୍ମକର୍ତ୍ତା ଓ ବନବିଭାଗ ଅଧିକାରୀ ଉପସ୍ଥିତ ଥିଲେ। ଅନୁଗୋଳ ଡିଏଫ୍ଓ ବିବେକ କୁମାର, ଅନୁଗୋଳ ଜିଲ୍ଲାରେ ବନ୍ୟପ୍ରାଣୀଙ୍କ ଗତିବିଧି ଓ ଏହା ଦ୍ବାରା ହେଉଥିବା କ୍ଷୟକ୍ଷତି ନେଇ ସୂଚନା ଦେଇଥିଲେ ଏହାକୁ ରୋକିବା ପାଇଁ ବନବିଭାଗ ପକ୍ଷରୁ ନିଆଯାଉଥିବା ପଦକ୍ଷେପ ଉପରେ ମଧ୍ୟ ଆଲୋଚନା କରିଥିଲେ ଏହା ସହିତ ଆଗକୁ କ’ଣ କ’ଣ ପଦକ୍ଷେପ ନିଆଯାଉଛି ତାହା ଉପରେ ମଧ୍ୟ ଆଲୋଚନା ହୋଇଥିଲା। ହାତୀ ଉଗ୍ରରୂପ ନହେବା ପାଇଁ ଜନସାଧାରଣ ଙ୍କୁ ସଚେତନତାର ପଦକ୍ଷେପ ଗ୍ରହଣ କରିବା ପାଇଁ ମତାମତ ଦେଇଥିଲେ ବନବିଭାଗ ।
