ଧନସମ୍ପଦ ଲୋଭ ନର ରୁ ରାକ୍ଷସ କିପରି କରେ ତାହାର ଏକ ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି ବଅଁରପାଳ ଥାନା ଅଞ୍ଚଳରେ।
ଅନୁଗୋଳ ଜିଲ୍ଲା ବଅଁରପାଳ ଥାନା ସନ୍ତରାପୁର (ଖ) ଗ୍ରାମରେ ଘଟିଛି ଏହିଭଳି ଏକ ଅଘଟଣା। ଅଭିଯୋଗକାରୀ ନାରଣ ସାହୁଙ୍କ ପୁଅ କାଠି ସାହୁଙ୍କ ସୂଚନା ଅନୁଯାୟୀ ମଙ୍ଗଳବାର ସକାଳ ୯ ଘଟିକା ସମୟରେ ତାଙ୍କ ମା ଧାନ ଭାଗ ପାଇଁ ସ୍ଵାମୀଙ୍କୁ କହିବା ପରେ ଏଥିରେ ବାପା ନାରଣ ସାହୁ, ସାବତ ବଡ ଭାଇ ସନ୍ତୋଷ ସାହୁ, ଭାଉଜ ସୀତା ସାହୁ, ପପୁ ସାହୁ ମିଳି ମିଶି ଛୁରୀ ସାହାର୍ଯ୍ୟରେ ମା ଙ୍କୁ ଆକ୍ରମଣ କରି ଗୁରୁତ୍ତର କରିଥିଲେ। ଏ ଖବର କାଠିକୁ ତାଙ୍କ ସମ୍ପର୍କୀୟ ଖବର ଦେବା ପରେ କାଠି କଟକ ରୁ ଆସି ପହଁଞ୍ଚିବା ବେଳକୁ ମା ଜିଲ୍ଲା ମୁଖ୍ୟଚିକିତ୍ସାଳୟ ରେ ଚିକିସ୍ଥା ଚାଲିଛି। ତେବେ ସବୁଠାରୁ ବଡ ଅଭିଯୋଗ କରିଛନ୍ତି କାଠି କି ଦୁଇଦିନ ପୂର୍ବରୁ ଭାଇ ସନ୍ତୋଷଙ୍କ ପୁଅ କାଠି କୁ ଧମକ ଦେଇ କହିଥିଲେ କି ସହେ ସହେ ରେ ଖେଳ ହେବ। ତେବେ ପରିବାର ଲୋକଙ୍କ ବିରୋଧରେ କାଠି ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଲିଖିତ ଅଭିଯୋଗ ପରେ ପୋଲିସ ମାମଲା ରୁଜୁ କରି ନାରଣ ସାହୁ ଙ୍କୁ ଗିରଫ କରି ତଦନ୍ତ ଆରମ୍ଭ କରିଛନ୍ତି।
