• Tue. Feb 24th, 2026

Mamata News

ଆପଣଙ୍କ ସ୍ବର ଆମ ମାଧ୍ୟମ

୨୧୦୦ ଗଞ୍ଜେଇ ଗଛ ନଷ୍ଟ କଲା ପ୍ରଶାସନ

Bymamatanews

Dec 10, 2025
Spread the love

ଅନୁଗୋଳ ଜିଲ୍ଲାର ବିଭିନ୍ନ ସ୍ଥାନରେ ଗଞ୍ଜେଇ ଚାଷ ପ୍ରବଳ ମାତ୍ରାରେ ହେଉଥିବା ଦେଖିବାକୁ ମିଳୁଛି। ପ୍ରତ୍ୟେକ ଦିନ ଅବକାରୀ ବିଭାଗ, ପୋଲିସ ପକ୍ଷରୁ ଅନେକ ସ୍ଥାନରେ ଚଢାଉ କରି ପୂର୍ବରୁ ବ୍ୟାପକ ଗଞ୍ଜେଇ ଗଛ ନଷ୍ଟ କରାଯାଇଛି। ଆଜି ପୁଣି ବିଭିନ୍ନ ବିଭାଗର ମିଳିତ ଭାବରେ ଚଢାଉ କରି ଅନେକ ଗଞ୍ଜେଇ ଗଛ ନଷ୍ଟ କରାଯାଇଛି। ମିଳିଥିବା ଖବର ଅନୁସାରେ ଅନୁଗୋଳ ଜିଲ୍ଲା ଜରପଡା ଥାନା ଅନ୍ତର୍ଗତ ବକଳ ଗ୍ରାମରେ ଆଜି ଅନୁଗୁଳ ଅବକାରୀ ବିଭାଗ, ପୋଲିସ, ବନ ଏବଂ ରାଜସ୍ୱ ଅଧିକାରୀ ଏବଂ କର୍ମଚାରୀଙ୍କ ମିଳିତ ଭାବରେ ଚଢାଉ ହୋଇଛି। ଦ୍ୱାରା ଫଳରେ ୨.୧ ଏକର ଜଙ୍ଗଲ ଜମିରେ ଚାଷ କରାଯାଇଥିବା ପ୍ରାୟ ୨୧୦୦ ଗଞ୍ଜେଇ ଗଛ ନଷ୍ଟ କରାଯାଇଛି। ଏହି ଚଢାଉରେ ଅତିରିକ୍ତ ତହସିଲଦାର, ଅବକାରୀ ଇନ୍ସପେକ୍ଟର ରମ୍ଭା ବାଗ, ଜରପଡା ଥାନା ଆଇଆଇସି,ଗାୟତ୍ରୀ ମାଝୀ, ଏସ.ଆଇ; ଦୁର୍ଗାପୁର ଆର.ଆଇ ଏବଂ କର୍ମଚାରୀମାନେ ସାମିଲ୍ ହୋଇଥିଲେ।

Leave a Reply

Your email address will not be published. Required fields are marked *