• Tue. Feb 24th, 2026

Mamata News

ଆପଣଙ୍କ ସ୍ବର ଆମ ମାଧ୍ୟମ

ଜାତୀୟ ସ୍ତରରେ ଶାସ୍ତ୍ରୀୟ ଓ ଲୋକ ନୃତ୍ୟରେ ଆହାନା ଙ୍କୁ ମହାରାଷ୍ଟ୍ର ରେ ସଫଳତା

Bymamatanews

Dec 20, 2025
Spread the love

ଅନୁଗୋଳ, ନାଲକୋ ନଗର :- ଶିରିଡି ସଙ୍ଗମନେର, ମହାରାଷ୍ଟ୍ର କଲଚୁରାଲ ଫାଉଣ୍ଡେସନ ଅଫ ଇଣ୍ଡିଆ ଦ୍ୱାରା “ଏକ ଭାରତ ଶ୍ରେଷ୍ଠ ଭାରତ ” କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହି ଜାତୀୟ ସ୍ତରରେ ସାଂସ୍କୃତିକ ପ୍ରତିଯୋଗିତାରେ ଓଡ଼ିଶାର କୁନି ପ୍ରତିଭା ଆହାନା ରଥ ତାଙ୍କ ପ୍ରତିଭା ର ପରିଚୟ ଦେଇ ସଫଳତା ହାସଲ କରିଛନ୍ତି।

ଆହାନା ରଥ ଅନୁଗୋଳ ସ୍ଥିତ ନ୍ୟୁ କ୍ରିଏସନ ଡ୍ୟାନ୍ସ ଏକାଡେମୀ ରୁ ଗୁରୁ ଅନିତା ରାଜଗୁରୁ ଙ୍କ ନିକଟରେ ଶାସ୍ତ୍ରୀୟ ଓ ଲୋକାନୃତ୍ୟ ରେ ପ୍ରଶିକ୍ଷଣ ଗ୍ରହଣ କରୁଛନ୍ତି। ସେ ନାଲକୋ ସ୍ଥିତ ଦିଲ୍ଲୀ ପବ୍ଲିକ ସ୍କୁଲ ର ଚତୁର୍ଥ ଶ୍ରେଣୀ ର ଛାତ୍ରୀ ଅଟନ୍ତି। କୁନି ଛାତ୍ରୀ ଆହାନା ରଥ, ମହେନ୍ଦ୍ର କୁମାର ରଥ ଓ ଅନିତା ପାଳ ଙ୍କ ଏକ ମାତ୍ର କନ୍ୟା ଅଟନ୍ତି ।ତାଙ୍କର ଏହି ସଫଳତା ପଛରେ ଗୁରୁ ଅନିତା ରାଜଗୁରୁ ଙ୍କ ପ୍ରେରଣା ଓ ଶିକ୍ଷା ତାଙ୍କୁ ଉତ୍ସାହିତ କରିଛି। ଆଗାମୀ ଦିନ ରେ ଏହି ନୃତ୍ୟ କୁ ପ୍ରଚାର ପ୍ରସାର ପାଇଁ ସେ ସବୁବେଳେ ଚେଷ୍ଟା କରିବେ ବୋଲି କହିଛନ୍ତି ।

Leave a Reply

Your email address will not be published. Required fields are marked *