ଅନୁଗୋଳ (୧୩/୦୨/୨୦୨୬) : ଶିଶୁମାନଙ୍କ ପୁଷ୍ଟିସାଧନ ନିମନ୍ତେ ଅନୁଗୋଳ ଜିଲ୍ଲାସ୍ତରୀୟ ପାଇଲଟ୍ ‘ରାଗି ଲଡୁ’ ବଣ୍ଟନ କାର୍ଯ୍ୟକ୍ରମ ଆଜି ଛେଣ୍ଡିପଦାଠାରେ ଆନୁଷ୍ଠାନିକ ଭାବେ ଉଦଘାଟିତ ହୋଇଯାଇଛି।ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ମାନ୍ୟବର ଛେଣ୍ଡିପଦା ବିଧାୟକ ଶ୍ରୀ ଅଗସ୍ତି ବେହେରା ଯୋଗଦେଇ ଶିଶୁମାନଙ୍କୁ ଅପପୁଷ୍ଟିରୁ ରକ୍ଷା କରିବା ଏବଂ ସ୍ଥାନୀୟ ଚାଷୀଙ୍କୁ ପ୍ରୋତ୍ସାହନ ଦେବା ପାଇଁ ମାଣ୍ଡିଆ ବା ରାଗି ଭଳି ପାରମ୍ପରିକ ଶସ୍ୟର ବ୍ୟବହାର କରିବାକୁ କହିଥିଲେ।

ଏହି ପ୍ରକଳ୍ପ ମାଧ୍ୟମରେ ଜିଲ୍ଲାର ୪୬୫ଟି ଅଙ୍ଗନବାଡ଼ିର ପ୍ରାୟ ୧୦,୫୭୩ ଜଣ ଶିଶୁଙ୍କୁ ସ୍ୱାସ୍ଥ୍ୟକର ମାଣ୍ଡିଆ ଲଡୁ ପ୍ରଦାନ କରାଯିବ। ଏହି କାର୍ଯ୍ୟକ୍ରମରେ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ଶ୍ରୀ ଉମା ଶଙ୍କର ମିଶ୍ର , ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଶ୍ରୀମତୀ ନିରୂପମା ପାଣିଙ୍କ ସମେତ ମିଶନ ଶକ୍ତିର ମହିଳା ସଦସ୍ୟା, ଅଙ୍ଗନବାଡ଼ି କର୍ମୀ ପ୍ରମୁଖ ଉପସ୍ଥିତ ଥିଲେ।

