ଅନୁଗୋଳ ଜିଲ୍ଲା ବଅଁରପାଳ ଥାନା ରେ ନିର୍ଯ୍ୟତନା ଓ ହତ୍ୟା ଧମକ ପରି ସ୍ଵାମୀଙ୍କ ନାମରେ ଅଭିଯୋଗ ଆଣିଛନ୍ତି ସ୍ତ୍ରୀ। ଲିଖିତ ଅଭିଯୋଗ ଅନୁଯାୟୀ ଆଜିକୁ ପ୍ରାୟ ୮ ମାସ ପୂର୍ବେ ବଅଁରପାଳ ଥାନା ଅଞ୍ଚଳର ମାମା ବେହେରା (ଛଦ୍ମ ନାମ) ନାମକ ଜଣେ ୨୨ ବର୍ଷୀୟ ଯୁବତୀ ପୁରୁଣାକୋଟ ଥାନା ଲୋଇମୁଣ୍ଡା ଗ୍ରାମର ସୁଶିଲ ବେହେରା କୁ ଭଲ ପାଇ ବିବାହ କରିଥିଲେ। ବିବାହ ପରେ ଦୁଇଜଣ ଆନ୍ଧ୍ରପ୍ରଦେଶ ରେ ଯାଇ କାମ କରି ପେଟ ଗୁଜୁରାଣ କରି ବଡ଼ ଖୁସିରେ ରହିଥିଲେ। କିଛିଦିନ ହେବ ସ୍ଵାମୀ ସୁଶୀଲ ସ୍ତ୍ରୀ କୁ ସଲାସୁତୁରା କରି ଘରକୁ ଫେରିବା ପାଇଁ କହି ଫେରିଥିଲେ।

କିନ୍ତୁ ଘରକୁ ଫେରିବା ପରେ ସ୍ଵାମୀ ସୁଶିଲ ପରିବାର ଙ୍କ ସହ ଚାଳପ୍ରଚଳ କରିବା ପରେ ନିର୍ଯ୍ୟତନା ଦେବା ସହ ମାରପିଟ କରିଥିଲେ। ସ୍ତ୍ରୀ ଅଭିଯୋଗ କରିଛନ୍ତି କି ଖାଲି ସ୍ଵାମୀ ନୁହ ତାଙ୍କର ଭାଇ-ସୁବୋଧ ବେହେରା, ଭାଉଜ-ଟିକି ବେହେରା, ମା-ଗୁରୁବାରିଆ ବେହେରା, ବାବା – ପହଲା ବେହେରା, ଭାଇ – ସନ୍ତୁ ବେହେରା, ଭେଣେଇ ସମସ୍ତେ ମିଶି ଗାଳିଗୁଲଜ କରିବା ସହ ଘରୁ ତଡି ଦେଇଥିଲେ । ନିରୁପାୟ ହୋଇ ମାମା ବାପା ଘରକୁ ଫେରି ସେଠାରେ ରହିଛନ୍ତି। ଗତକାଲି ଶୁକ୍ରବାର ଅପରାହ୍ଣ ୨ ଘଟିକା ସମୟରେ ସୁଶିଲ ସ୍ତ୍ରୀ ମାମା ଘରକୁ ଆସି ଗାଳିଗୁଲଜ କରିବା ସହ ମାରପିଟ କରି ରକ୍ତାକ୍ତ କରି ଦେଇଥିଲେ। ଶେଷରେ ନିରୁପାୟ ହୋଇ ଥାନାରେ ଲିଖିତ ଅଭିଯୋଗ ହୋଇଛି। ଥାନା ରେ ଅଭିଯୋଗ ପରେ ଏଥିନେଇ ଥାନା ପକ୍ଷରୁ କେଶ୍ ନମ୍ଵର୍ ୭୫/୨୦୨୬ ରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛନ୍ତି।
