• Sun. Mar 1st, 2026

Mamata News

ଆପଣଙ୍କ ସ୍ବର ଆମ ମାଧ୍ୟମ

ବାଇକ କୁ ଧକ୍କା ଦେଲା ଟ୍ରକ୍ ବାଇକ୍ ଚାଳକ ଗୁରୁତ୍ତର

Bymamatanews

Feb 26, 2026
Spread the love

ଅନୁଗୋଳ ଜିଲ୍ଲା ବଅଁରପାଳ ଥାନା ନିକଟ ଗୋତମରା ଗ୍ରାମ ୧୪୯ ନମ୍ବର ଜାତୀୟ ରାଜପଥ ରେଙ୍ଗାଳି ଦକ୍ଷୀଣ ପାର୍ଶ୍ୱ କେନାଲ ଅଞ୍ଚଳରେ ବାଇକ କୁ ଟ୍ରକ ଧକ୍କା ଦେବାରୁ ବାଇକ୍ ଚାଳକ ଗୁରୁତ୍ତର ହୋଇ ଚିକିତ୍ସାଳୟ ରେ ଭର୍ତି ହୋଇଛନ୍ତି। ଗୁରୁତ୍ତର ଜଣଙ୍କ ହେଲେ ଅନୁଗୋଳ ଜିଲ୍ଲା ତାଳଚେର ଥାନା ଖୁଲୁଆ ଗ୍ରାମର ଦୀପ୍ତି ରଞ୍ଜନ ଧିର । ପ୍ରାପ୍ତ ସୂଚନା ମୁତାବକ ଦୀପ୍ତି ବାଇକ ବଅଁରପାଳ ଅଞ୍ଚଳ ଦେଇ ଡ୍ୟୁଟି ଯାଉଥିବା ବେଳେ ତାଳଚେର ଅଞ୍ଚଳ ଆଡୁ ବଅଁରପାଳ ଅଭିମୁଖେ ଆସୁଥିବା ବେଳେ ବାଇକ୍ ର ପଛରେ ଧକ୍କା ଦେଇଥିଲା

ଯାହାଫଳରେ ବାଇକ୍ ଚାଳକ ଛିଟିକି ପଡି ଗୁରୁତ୍ତର ହୋଇଥିଲେ। ଦୂର୍ଘଟଣା ବିଷୟରେ ସ୍ଥାନୀୟ ଲୋକେ ଜାଣି ବଅଁରପାଳ ଥାନାକୁ ସୂଚନା ଦେଇଥିଲେ। ଘଟଣାସ୍ଥଳରେ ପୋଲିସ ପହଞ୍ଜି ଗୁରୁତ୍ତର କୁ ଉଦ୍ଧାର କରି ଚିକିତ୍ସାଳୟ କୁ ସ୍ଥାନାନ୍ତରିତ କରାଇଛନ୍ତି। ପୋଲିସ ଦୁଇ ଗାଡିକୁ ଜବତ କରି ଦୁର୍ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି।

Leave a Reply

Your email address will not be published. Required fields are marked *