ଅନୁଗୋଳ ଜିଲ୍ଲା ଅବକାରୀ ବିଭାଗ ର ବଡ଼ ସଫଳତା ସହ ବ୍ରାଉନସୁଗାର ବେପାରୀଙ୍କୁ କାବୁ କରିବା ସହ ୮୦ ଗ୍ରାମର ହେରୋଇନ, ନଗଦ ୨୫ ହଜାର ଟଙ୍କା, ଏକ ଷ୍ଟାଇଲିସ୍ ବାଇକ ସହ ଜଣ କୁ ଗିରଫ କରିଛି ଅବକାରୀ ବିଭାଗ । ସୂଚନା ଯେ, ଅନୁଗୋଳ ରେଲୱେ ଷ୍ଟେସନ ରୋଡ ଅଞ୍ଚଳରେ କୁମଣ୍ଡ ଗ୍ରାମର ରିତେଶ ଗୋଚ୍ଛାୟତ ନାମକ ଜଣେ ଯୁବକ ବ୍ରାଉନସୁଗାର ବେପାର ପାଇଁ ଗ୍ରାହକଙ୍କ ଅପେକ୍ଷାରେ ଥିବା ଖବର ପାଇ ଅବକାରୀ ଆରକ୍ଷୀ ଅଧିକ୍ଷକ ଙ୍କ ନିର୍ଦ୍ଦେଶ କ୍ରମେ ଜିଲ୍ଲା ଅବକାରୀ ବିଭାଗର ମୋବାଇଲ ସ୍କ୍ୱାର୍ଡ ଚଢାଉ କରିଥିଲା। ଚଢାଉ ବେଳେ ରିତେଶ ଠାରୁ ୮୦ ଗ୍ରାମ ବ୍ରାଉନସୁଗାର ଜବତ କରିଛି। ଯାହାର ଆନୁମାନିକ ମୂଲ୍ୟ ୮ ଲକ୍ଷ ଟଙ୍କା। ସେହିପରି ତାଙ୍କ ଠାରୁ ନଗଦ ୨୫ ହଜାର ଟଙ୍କା ସହ ଏକ ଦାମୀ ମଟର ସାଇକେଲ କୁ ଜବତ କରିଛି ମୋବାଇଲ ସ୍କ୍ୱାଡ। ତେବେ ଘଟଣାସ୍ଥଳରୁ ମୁଖ୍ୟ ବେପାରୀ ଗିରଫ ହୋଇଥିବା ବେଳେ ଅନ୍ୟ ବେପାରି ଓ ଗ୍ରାହକ ମାନେ ଚମ୍ପଟ ମାରିବାରେ ସଫଳତା ପାଇଥିଲେ ।ତେବେ ଏହି ଘଟଣାକୁ ନେଇ ଅବକାରୀ ଆରକ୍ଷୀ ଅଧିକ୍ଷକ କହିଛନ୍ତି ଘଟଣାର ଅଧିକ ତଦନ୍ତ ଚାଲିଛି। ତେବେ ଆଜି ରିତେଶକୁ କୋର୍ଟ ଚାଲାଣ କରାଯିବା ନେଇ ଅବକାରୀ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ।

