• Wed. Apr 15th, 2026

Mamata News

ଆପଣଙ୍କ ସ୍ବର ଆମ ମାଧ୍ୟମ

ବାଇକ୍ କୁ ଧକ୍କା ଦେଲା ଦ୍ରୁତଗତି କାର

Bymamatanews

Mar 19, 2026
Spread the love

ଜଣେ ମୃତ୍ୟୁ ହୋଇଥିବା ବେଳେ ଜଣେ ଆହାତ

ଅନୁଗୋଳ ଜିଲ୍ଲା ବଅଁରପାଳ ଥାନା ନିକଟ ନୂଆହତା ପଞ୍ଚାୟତ ନୂତନ ୫୫ ନମ୍ବର ଜାତୀୟ ରାଜପଥ ବାଇପାସ ରାସ୍ତାରେ ବାଇକ୍ କୁ ଧକ୍କା ଦେଲା ଦ୍ରୁତଗତି କାର। ଦୂର୍ଘଟଣା ରେ ଜଣେ ମୃତ୍ୟୁ ହୋଇଥିବା ବେଳେ ଜଣେ ଆହାତ ହୋଇଥିବା ସୂଚନା ମିଳିଛି। ମୃତ୍ୟୁ ଯୁବକ ଜଣଙ୍କ ହେଲେ ନୂଆହତା ଜୁରାଗାଡ଼ିଆ ଗ୍ରାମ ବିଜୟ ନାୟକ ଙ୍କ ପୁଅ ସତ୍ୟଜିତ ନାୟକ । ସୂଚନା ମୁତାବକ ସତ୍ୟଜିତ ଘରୁ ମାର୍କେଟ କୁ ପାରିବା ଆଣିବା ପାଇଁ ଯାଉଥିବା ବେଳେ ଜାତୀୟ ରାଜପଥ ଅତିକ୍ରମ କରିବା ବେଳେ ଏକ୍ ଦ୍ରୁତଗତି କାର୍ ନମ୍ବର OD 02 CG 5929 ବାଇକ୍ ଧକ୍କା ଦେଇ ପଳାଇବାକୁ ଉଦ୍ୟମ କରିବା ସମୟରେ ଚାଳକକୁ ଧରି ଥିଲେ। ସତ୍ୟଜିତ କୁ ପୋଲିସ ଗାଡିରେ ଚିକିସ୍ଥା ପାଇଁ ଜିଲ୍ଲା ମୁଖ୍ୟଚିକିତ୍ସାଳୟ କୁ ସ୍ଥାନାନ୍ତରିତ କରାଇଥିବା ବେଳେ ।ଡାକ୍ତର ସତ୍ୟଜିତ କୁ ମୃତ୍ୟୁ ଘୋଷଣା କରିଛନ୍ତି। ଜାତୀୟ ରାଜପଥ ରେ ବାରମ୍ବାର ଦୁର୍ଘଟଣା କୁ ନେଇ ଗ୍ରାମବାସୀ ରାସ୍ତା ଅବରୋଧ କରିଥିଲେ। ଦୂର୍ଘଟଣା ବିଷୟରେ ପୋଲିସ ସୂଚନା ପାଇ ଘଟଣାସ୍ଥଳରେ ପହଞ୍ଚି ଉତ୍ତେଜିତ ଲୋକଙ୍କୁ ବୁଝାସୁଝା କରିଥିଲେ। ଜନସାଧାରଣଙ୍କ ଦାବି ଅନୁଯାୟୀ ରାସ୍ତା କୁ ଅଣ୍ଡରପାସ ରାସ୍ତା ପାଇ ବାରମ୍ବାର ଦାବି କରୁଥିବା ବେଳେ ପ୍ରଶାସନ ମିଛ ପ୍ରତିଶ୍ରୁତି ଦେଇ ଠକି ଚାଲିଛି ।ତେବେ ଘଟଣାସ୍ଥଳରୁ ଥାନା ଅଧିକାରୀ ଜାତୀୟ ରାଜପଥ ବିଭାଗ ଯୋଗାଯୋଗ କରି ଜଣାଇବା ପରେ ଜାତୀୟ ରାଜପଥ ବିଭାଗ ୨୪ ଘଣ୍ଟା ମଧ୍ୟରେ ଦ୍ରୁତଗତିର ନିରାକରଣ ପାଇଁ ହମ୍ପ ର ବ୍ୟବସ୍ଥା ର ପ୍ରତିଶ୍ରୁତି ପରେ ଉତେଜିତ୍ତ ଗ୍ରାମବାସୀ ଦୁର୍ଘଟଣା ସ୍ଥଳରୁ ହଟିଥିଲେ । ପ୍ରାୟ ତିନିଘଣ୍ଟା ରାସ୍ତା ଅବରୋଧ ପରେ ଯାନବାହନ ଚଳାଚଳ ସ୍ବାଭାବିକ ହୋଇଥିଲା।

Leave a Reply

Your email address will not be published. Required fields are marked *