• Tue. Jun 16th, 2026

Mamata News

ଆପଣଙ୍କ ସ୍ବର ଆମ ମାଧ୍ୟମ

ସାନ ଭାଇ ଟାଙ୍ଗିଆ ଚୋଟରେ ବଡ ଭାଇ ମୃତ ଘଟଣାରେ ସାନ ଭାଇ କୋର୍ଟ ଚାଲାଣ

Bymamatanews

Jun 16, 2026
Spread the love

ପାରିବାରିକ କହଳ ଓ ସାମାନ୍ୟ ବଚ଼ସାରୁ ବଡ ଭାଇକୁ ହାଣି ଦେଇଥିଲା ସାନ ଭାଇ। ଏମିତି ଏକ ଅଭାବନୀୟ ଓ ବିଭତ୍ସ ହତ୍ୟା କାଣ୍ଡ ଘଟଣା ଘଟିଥିଲା ପୋକୁଣ୍ଡା ଗ୍ରାମରେ।

ମିଳିଥିବା ଖବର ଅନୁସାରେ ଅନୁଗୋଳ ଜିଲା ପୁରୁଣାକୋଟ ଥାନା ଅନ୍ତର୍ଗତ ମାଣିକଯୋଡ଼ି ପଞ୍ଚାୟତ ପୋକୁଣ୍ଡା ଗାଁର ବିପିନ ସିଠ ରବିବାର ବିଳମ୍ବିତ ରାତିରେ ବଡ ଭାଇ ଟିଟୁନ ସିଠ ସହ ପାରିବାରିକ କଳହରୁ ଯୁକ୍ତିତର୍କ ହୋଇଥିଲେ।

ଏଥିରେ ଉତକ୍ଷିପ୍ତ ସାନଭାଇ ବିପିନ ସିଠ ବଡଭାଇ ଟିଟୁନ ସିଠକୁ ଅତି ନିର୍ମମ ଭାବରେ ଟାଙ୍ଗିଆରେ ବେକକୁ ହାଣି ଦେଇଥିଲେ। ଫଳରେ ଘଟଣା ସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା। ଗାଁ ଲୋକଙ୍କ ଠାରୁ ଖବର ପାଇ ଘଟଣାସ୍ଥଳରେ ପୁରୁଣାକୋଟ ପୁଲିସ ପହଞ୍ଚି ମୃତ ଦେହକୁ ଜବତ କରି ଶବ ବ୍ୟବଚ୍ଛେଦ ପାଇଁ ସୋମବାର ସକାଳୁ ଜିଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇବା ସହ ହତ୍ୟାକାରୀ ସାନ ଭାଇକୁ କାବୁ କରିଥିଲା ।

ପୋଲିସ ପାଖରେ ହତ୍ୟା କରିଥିବା ସ୍ୱୀକାର କରିଥିଲେ ହତ୍ୟା କାରୀ ବିପିନ। ମଙ୍ଗଳବାର ପୁରୁଣାକୋଟ ପୋଲିସ ହତ୍ୟାକାରୀକୁ କୋର୍ଟ ଚାଲାଣ କରିଥିବା ଥାନା ଅଧିକାରୀ ସୂଚନା ଦେଇଛନ୍ତି ।

Leave a Reply

Your email address will not be published. Required fields are marked *

error: Content is protected !!