• Mon. Jun 22nd, 2026

Mamata News

ଆପଣଙ୍କ ସ୍ବର ଆମ ମାଧ୍ୟମ

ଅଜଣା ଗାଡି ଧକ୍କାରେ ବାଇକ ଆରୋହୀ ମୃତ

Bymamatanews

Jun 22, 2026
Spread the love

ଜାତୀୟ ରାଜପଥ ୫୨୦ରେ ଗଡି ଚାଲିଛି ମୁଣ୍ଡପରେ ମୁଣ୍ଡ,

କେନ୍ଦୁଝର ଜିଲ୍ଲା ବାସୀଙ୍କ ପାଇଁ ଅଭିଶପ୍ତ ସାଜିଥିବା ଜାତୀୟ ରାଜପଥରେ ନିୟମିତ ଭାବରେ ଅବାଧରେ ଗଡି ଚାଲିଛି ଗୋଟିଏ ପରେ ଗୋଟିଏ ମୁଣ୍ଡ, ଏହାକୁ ରୋକିବାରେ ଆଞ୍ଚଳିକ ପ୍ରଶାସନ ସମ୍ପୂର୍ଣ ବିଫଳ ପରି ମନେହୁଏ। ସେହିଭଳି ଏହି ଜାତୀୟ ରାଜପଥରେ ଆଉଏକ ମର୍ମନ୍ଦୁନ୍ତ ସଡ଼କ ଦୁର୍ଘଟଣାରେ ଚାଲିଗଲା ଆଉଗୋଟେ ଜୀବନ। ସୂଚନା ଅନୁଯାୟୀ ଗତ ରାତି ୫୨୦ ନମ୍ବର ଜାତୀୟ ରାଜପଥ ଝୁମ୍ପୁରା ଥାନା ମୁରୁସୁଆଁ ଆଶ୍ରମ ସ୍କୁଲ ନିକଟରେ ଏକ ଅଜଣା ଗାଡି ଧକ୍କାରେ ଜଣେ ବାଇକ ଆରୋହୀଙ୍କର ମୃତ୍ୟୁ ହୋଇଥିବା ନେଇ ସୂଚନା l

ପ୍ରତ୍ୟକ୍ଷ ଦର୍ଶୀଙ୍କ କହିବା ଅନୁଯାୟୀ ରିମୁଳି ପଟୁ ଝୁମ୍ପୁରା ଆସୁଥିବା ଏକ ବାଇକ ଆରୋହୀକୁ ସମାନ ଦିଗରୁ ଆସୁଥିବା ଏକ ହାଇୱା ଧକ୍କା ଦେଇ ସେଠାରୁ ଫେରାର ହୋଇଯାଇଥିଲା l ଘଟଣା ସ୍ଥଳ ରେ ବାଇକ ଆରୋହୀଙ୍କର ମୃତ୍ୟୁ ହୋଇଥିବା ନେଇ ସୂଚନା। ମୃତକ ଜଣକ ଚମ୍ପୁଆ ବ୍ଲକ କରଞ୍ଜିଆ ଗ୍ରାମର ଶମ୍ଭୁ ମହାନ୍ତ ହୋଇଥିବା ନେଇ ସୂଚନା। ସେନିଜ ଗ୍ରାମରୁ ଝୁମ୍ପୁରା ଯାଉଥିବା ବେଳେ ଦୁର୍ଘଟଣା ଗ୍ରସ୍ତ ହୋଇଥିବା ନେଇ ସୂଚନା।l ତେବେ ଦୁର୍ଘଟଣା ପରେ ଘଟଣା ସ୍ଥଳରୁ ଗାଡ଼ିଟି ଫେରାର ହୋଇ ଯାଇଥିବା ନେଇ ସୂଚନା
ତେବେ ଝୁମ୍ପୁରା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରି ଶବ ବ୍ୟବଚ୍ଛେଦ ପାଇଁ ପଠାଇଥିବା ବେଳେ ଘଟଣା ସମ୍ପର୍କରେ ଅଧିକ ତଦନ୍ତ ଚଳାଇଥିବା ନେଇ ସୂଚନା l

କେନ୍ଦୁଝର ଜିଲ୍ଲାରୁ ସରୋଜ କୁମାର ମହାପାତ୍ରଙ୍କ ରିପୋର୍ଟ।

Leave a Reply

Your email address will not be published. Required fields are marked *

error: Content is protected !!