
ଅନୁଗୋଳ: ଆଜି ଅପରାହ୍ନରେ ଜିଲ୍ଲା କାର୍ଯ୍ୟାଳୟ ସମ୍ମିଳନୀ କକ୍ଷ
ଠାରେ ଶ୍ରୀ ଶ୍ରୀ ଜଗନ୍ନାଥ ମନ୍ଦିର ପରିଚାଳନା ସମିତି କାର୍ଯ୍ୟ ନିର୍ବାହୀ କମିଟି ବୈଠକ ଜିଲ୍ଲାପାଳ ଶ୍ରୀ ଅବଦାଲ୍ ମୁହମ୍ମଦ୍ ଅଖତରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଆରକ୍ଷୀ ଅଧିକ୍ଷକ ରାହୁଳ ଜୈନ ଊପସ୍ଥିତ ଥିଲେ । ଏହି ବୈଠକରେ ମନ୍ଦିରର ସରଂକ୍ଷଣ ତଥା ଏହାର ମରାମତି ନିମନ୍ତେ ଆଗାମୀ କାର୍ଯ୍ୟପନ୍ଥା ଊପରେ ଆଲୋଚନା କରାଯିବା ସହିତ ଆଗାମୀ ରଥଯାତ୍ରାକୁ ଦୃଷ୍ଟିରେ ରଖି ମନ୍ଦିରର ଗର୍ଭ ଗୃହର ଆବଶ୍ୟକୀୟ ସରଂକ୍ଷଣ, ମନ୍ଦିରର ଆଲୋକିକରଣ, ପାନୀୟ ଜଳ ଯୋଗାଣ, ରଥ ନିର୍ମାଣ ଇତ୍ୟାଦି ବିଷୟରେ ଆଲୋଚନା ହୋଇଥିଲା ।

ଚଳିତ ବର୍ଷ ରଥଯାତ୍ରାକୁ କିଭଳି ଶାନ୍ତି ଶୃଙ୍ଖଳାର ସହ ସମ୍ପନ୍ନ କରାଯିବ ସେଥି ନିମନ୍ତେ ବୈଠକରେ ମଧ୍ୟ ଗୁରୁତ୍ବାରୋପ କରାଯାଇଥିଲା । ଏହି ବୈଠକରେ ଅନୁଗୋଳ ପୌରପାଳିକାର ଅଧ୍ୟକ୍ଷ ଶ୍ରୀ ଅକ୍ଷୟ କୁମାର ସାମନ୍ତ, ଜିଲ୍ଲା ପରିଷଦର ଅତିରିକ୍ତ ଊନ୍ନୟନ ଅଧିକାରୀ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ ଶ୍ରୀ ପଦ୍ମନାଭ ସାମନ୍ତରାୟ, ଆଇଏ ଏସ୍ ପ୍ରୋବେସନର କସ୍ତୁରୀ ସି, ସହକାରୀ ଜିଲ୍ଲାପାଳ ଶ୍ରୀ ମନ୍ନଥ ନାଥ ଦାଶ, ବିଭିନ୍ନ ବିଭାଗୀୟ ଜିଲ୍ଲା ସ୍ତରୀୟ ଅଧିକାରୀ, ମନ୍ଦିର ପରିଚାଳନା କମିଟିର ଊପ-ସଭାପତି ଶ୍ରୀ ଭବାନୀ ପ୍ରସାଦ ମିଶ୍ର, ସମ୍ପାଦକ ଶ୍ରୀ ହେମନ୍ତ କୁମାର ଦାସ, ଯୁଗ୍ମ ସମ୍ପାଦକ ଶ୍ରୀ ଆନନ୍ଦ ଚନ୍ଦ୍ର ମହାପାତ୍ର, କୋଷାଧକ୍ଷ ଶ୍ରୀ ସନ୍ତୋଷ କୁମାର ଦେହୁରୀ ଏବଂ ସଦସ୍ୟ ମାନେ ଊପସ୍ଥିତ ଥିଲେ ।
