• Wed. Apr 15th, 2026

Mamata News

ଆପଣଙ୍କ ସ୍ବର ଆମ ମାଧ୍ୟମ

ନାବାଳିକାକୁ ପ୍ରେମ ଜାଲରେ ଫଶାଇ ନାମ ନେଲା ରସିକିଆ ପ୍ରେମିକ

Bymamatanews

Jun 1, 2025
Spread the love

ଅନୁଗୋଳ ଜିଲ୍ଲା ବଅଁରପାଳ ଥାନା ପ୍ରେମ ଜାଲରେ ନାବାଳିକା ଫଶାଇ ଧରି ପଳାଇବା ଭଳି ଅଭିଯୋଗ ରେ ପ୍ରେମିକକୁ ପୋଲିସ କଲା କୋର୍ଟଚାଲଣ। ପୋଲିସ ର ସୂଚନା ମୁତାବକ ବଅଁରପାଳ ଥାନା ଅଞ୍ଚଳ ର ଜଣେ ନାବାଳିକା କୁ ଅନୁଗୋଳ ଟାଉନ୍ ଥାନା ହୁଲୁରିଶିଙ୍ଗା ଅଞ୍ଚଳର ଖୁକୁ ବେହେରାଙ୍କ ପୁଅ ଇଶ୍ୱର ବେହେରା ସହ ଆଜିକୁ ପ୍ରାୟ ୩ ମାସ ହେବ ପ୍ରେମ ସମ୍ପର୍କ ଗଢି ଉଠିଥିଲା। ପରବର୍ତ୍ତୀ ସମୟରେ ନାବାଳିକା କୁ ବିବାହ କରିବା ପାଇଁ ଧରି ପଳାଇଥିଲା। ନାବାଳିକା ପରିବାର ଲୋକେ ଝିଅ ନଥିବା ଜାଣି ପାରି ବଅଁରପାଳ ଥାନାରେ ଚଳିତ ମାସ ୨୪ ତାରିଖରେ ଲିଖିତ ଅଭିଯୋଗ କରିଥିଲେ। ଥାନା ପକ୍ଷରୁ ଅଭିଯୋଗ କୁ ଭିତି କରି ଜିଲ୍ଲାର ବିଭିନ୍ନ ସ୍ଥାନରେ ଚଢାଉ କରି ଶେଷରେ ଅନୁଗୁଳ ହୁଲୁରିଶିଙ୍ଗା ଅଞ୍ଚଳରୁ ଦୁଇ ଜଣଙ୍କୁ ଉଦ୍ଧାର କରିଥିଲେ। ଆଜି ଅଭିଯୁକ୍ତ ଇଶ୍ଵରକୁ ପୋସ୍କୋ ମାମଲାରେ କୋର୍ଟଚାଲାଣ କରିଛି।

Leave a Reply

Your email address will not be published. Required fields are marked *