• Fri. Oct 31st, 2025

Mamata News

ଆପଣଙ୍କ ସ୍ବର ଆମ ମାଧ୍ୟମ

ନୂଆହତା ପଞ୍ଚାୟତ ରେ ହାତୀ ଉପଦ୍ରବରେ ଜନସାଧାରଣ ଅତିଷ୍ଠ

Bymamatanews

Apr 2, 2025
Spread the love

ବଅଁରପାଳ ଅଞ୍ଚଳର ୫୫ନମ୍ବର ଜାତୀୟ ରାଜପଥ ମୁହାଁ ହେଲେଣି ହାତୀ ପଲ

ଅନୁଗୋଳ ଜିଲ୍ଲା ବଅଁରପାଳ ବ୍ଳକ୍ ନୂଆହତା ପଞ୍ଚାୟତରେ ହାତୀପଲଙ୍କ ଉପଦ୍ରବ ଲାଗି ରହିଛି। ପ୍ରତିଦିନ ହାତୀପଲ ବିଭିନ୍ନ ଗ୍ରାମରେ ବିଲରେ ପଶି ଧାନ ଫସଲ ନଷ୍ଟ କରୁଥିବା ବେଳେ ଏବେ ଘର ମୁହାଁ ହେବାର ଦେଖିବାକୁ ମିଳିଛି। ସୂଚନା ମୁତାବକ ହାତୀପଲଙ୍କ ଉପଦ୍ରବରେ ଲୋକେ ଭୟଭୀତ ଅବସ୍ଥାରେ ରହୁଛନ୍ତି। ଦିନରାତି ସବୁ ବେଳେ ହାତୀପଲ ଗାଁରେ ପଶି ବ୍ୟାପକ ଫସଲ ନଷ୍ଟ କରୁଛନ୍ତି।
ଏପରିକି ହାତୀ ପାଇଁ କଳକାରଖାନାର କର୍ମଚାରୀ ସକାଳୁ ଯିବା ଓ ରାତିରେ ଘରକୁ ଫେରିବା ଭୟ କରୁଛନ୍ତି।
ତାଳଚେର ବନାଞ୍ଚଳର ସନ୍ତ୍ରୀ ବିଟ୍‌ରେ ୧୯ ଗଜମିତ୍ର, ୬୦ ଗଜ ସାଥୀ, ଜଣେ ଫରେଷ୍ଟ ଗାର୍ଡ, ଜଣେ ଫରେଷ୍ଟର୍‌
ରହିଥିବା ବେଳେ ହାତୀଙ୍କୁ ଜଗିବାରେ ଭରପୁର ଉଦ୍ୟମ ଚଳାଇଥିବା ବେଳେ
ବିଫଳ ହେଉଥିବା ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି| ମଙ୍ଗଳବାର ରାତି ପ୍ରାୟ ୧୧ ଘଟିକା ସମୟରେ ନୂଆହତା ବଇଦ ସାହି ରେ ପ୍ରବେଶ କରି ଚନ୍ଦ୍ର ଶେଖର ପ୍ରଧାନ, ଉଦୟ ପ୍ରଧାନ, ଭୁବନ ପ୍ରଧାନ, ମହାରଗୀ ପ୍ରଧାନ, ଭାଗବତୀ ପାତ୍ର ଓ ମୀନକେତନ ପ୍ରଧାନ ଙ୍କ ବାଡ଼ି ବଗିଚାରେ ପ୍ରବେଶ କରି କଦଳୀ ଗଛ, ପନିପରିବା ଚାଷ ଓ ଆମ୍ବ ଗଛ ନଷ୍ଟ କରି ଅନେକ କ୍ଷତି କରିଛନ୍ତି। ଏପରିକି ଫସଲ କ୍ଷୟକ୍ଷତିର ଯାଞ୍ଚ ହେଉ ନଥିବା ଅଞ୍ଚଳବାସୀ କହିଛନ୍ତି।

Leave a Reply

Your email address will not be published. Required fields are marked *