ଅନଗୁଳ : ପୋଲିସ ସ୍ପେଶାଲ ବ୍ରାଞ୍ଚ ଭୁବନେଶ୍ୱର ଜୋନ ଅଧୀନରେ ଅନୁଗୁଳ ରେ କାର୍ଯ୍ୟରତ ପୋଲିସ ସବ ଇନିସ୍ପେକ୍ଟର ଶରତ କୁମାର ସାମଲ ଗତ ୧ ତାରିଖ ପୋଲିସ ପ୍ରତିଷ୍ଠା ଦିବସ ଅବସରରେ ଡିଜିପି ଡିସ୍କ ସମ୍ମାନ ହାସଲ କରିଛନ୍ତି। ଭୁବନେଶ୍ୱର ରେ ଆୟୋଜିତ ଏକ ସ୍ୱତନ୍ତ୍ର ସମାରୋହରେ ଶ୍ରୀ ସାମଲ ଙ୍କୁ ପୋଲିସ ଡିଜିପି ଯୋଗେଶ ବହାଦୁର ଖୁରାନିଆ ଏହି ସମ୍ମାନ ପ୍ରଦାନ କରିଥିଲେ। ଗତ ପ୍ରାୟ ୩୬ ବର୍ଷ ଧରି ଶ୍ରୀ ସାମଲ ନିଜର ବୃତ୍ତିଗତ ଦକ୍ଷତା, ସମୟାନୁବର୍ତ୍ତିତା ପାଇଁ ଏହି ସମ୍ମାନ ହାସଲ କରିଛନ୍ତି।
ଏଥିପାଇଁ ତାଙ୍କୁ ବିଭିନ୍ନ ମହଲରେ ପ୍ରଶଂସା କରାଯାଇଛି।
