କେବେ ନିଦ ଭାଙ୍ଗିବ ବନବିଭାଗର
ଜିଲ୍ଲା ପ୍ରଶାସନର ନୀରବତା ଦେଖି ଚାଷୀ ହତାଶ
ଅନୁଗୋଳ ଜିଲ୍ଲା ରେ ହାତୀ ଉପଦ୍ରବ ଦିନ କୁ ଦିନ ବୃଦ୍ଧି ପାଉଥିବା ଦେଖି ଚାଷୀ ମୁଣ୍ଡରେ ଚଡକ ପଡିଛି। ସୂଚନା ଯେ, ୨୫ ରୁ ୩୦ ପଟ ହାତୀ ବାରଶିଙ୍ଘା, କଙ୍କିନାଳୀ, ତୁଳସୀପାଳ ଅଞ୍ଚଳରେ ଏକର ଏକର ଚାଷ ଜମିକୁ ହାତୀ ପଲ ଦଳି ମକଚି ନଷ୍ଟ କରି ଦେଇଛନ୍ତି। ହାତୀ ପଲ ଗତ ରାତିରେ ବଲାସିଂହା ଅଞ୍ଚଳରୁ ଆସି ବାରଶିଙ୍ଘା, ବେନ୍ତପୁର, ବାଦୀବାହାଳ,କଙ୍କିନାଳୀ ଗ୍ରାମରେ ଧାନ ଫସଲ ନଷ୍ଟ କରିଛନ୍ତି। ଏହି ହାତୀ ପଲ ତୁଳସୀପାଳ ଅଞ୍ଚଳରେ ରହି ଧାନ ଫସଲ ନଷ୍ଟ କରୁଛନ୍ତି। ଫସଲ ନଷ୍ଟ ହୋଇଥିବା ଦେଖି ଚାଷୀ ମୁଣ୍ଡରେ ଚଡକ ପଡିଛି। ହାତୀ ମାନଙ୍କୁ ଏ ଅଞ୍ଚଳରୁ ଯଥା ଶୀଘ୍ର ଘଉଡାଇବା ସହ କ୍ଷତି ପୂରଣ ପାଇଁ ଦାବି କରିଛନ୍ତି ଚାଷୀ ପରିବାର ।
