• Wed. Apr 15th, 2026

Mamata News

ଆପଣଙ୍କ ସ୍ବର ଆମ ମାଧ୍ୟମ

ମଦ ବିରୋଧି ଅଭିଯାନ ପକ୍ଷରୁ ନିଶା ମୁକ୍ତି ଆନ୍ଦୋଳନ

Bymamatanews

Oct 2, 2024
Spread the love

ପବିତ୍ର ଗାନ୍ଧୀ ଏବଂଶାସ୍ତ୍ରୀ ଜୟନ୍ତୀ ଉପଲକ୍ଷେ ଜଗତସିଂହପୁର ଜ଼ିଲ୍ଲା ମଦ ବିରୋଧୀ ଅଭିଯାନ ପକ୍ଷରୁ ଜ଼ିଲ୍ଲା ସଦର ମହକୁମା ରେ
ନିଶା ମୁକ୍ତ ଦିବସ ପାଳିତ ହୋଇଯାଇଛି | ଶତାଧିକ ଆନ୍ଦୋଳନକାରି ଗଣତନ୍ତ୍ର ଛକ ଠାରୁ ଏକ ବିଶାଳ ଶୋଭଯାତ୍ରାରେ ବଜାର ପରିକ୍ରମା କରି ଜିଲ୍ଲାପାଳ ପଡ଼ିଆରେ ମଦ ବିରୋଧି ସମାବେଶ ରେ ଯୋଗଦେଇଥିଲେ ।
ଜ଼ିଲ୍ଲା ମଦ ବିରୋଧି ଅଭିଯାନ ଆବାହିକା ବିଜୟ ଲକ୍ଷ୍ମୀ ମହାପାତ୍ର ଙ୍କ ନେତୃତ୍ୱ ରେ ବିପ୍ଲବୀ ଦେବୀ ପ୍ରସାଦ ମହାରଣା, ସ୍ନେହାଶ୍ରୀ ଜେନା, ଗୋବିନ୍ଦ ଓଝା, ପ୍ରମୁଖ ଚଳିତ ନିର୍ବାଚନ ରେ ରାଜ୍ୟ ସରକାର ରାଜ୍ୟ ରୁ ସମ୍ପୂର୍ଣ ମଦ ବନ୍ଦ କରିବାକୁ ପ୍ରତିଶୃତି ଦେଇଥିଲେ ହେଲେ ତାହା ପୂରଣ କଲେ ନାହିଁ | ଗାଁ ଠାରୁ ସହର ସବୁଠାରେ ଚୋରା ମଦ ଓ ମାଦକ ଦ୍ରବ୍ୟ ର ପ୍ରସାର ଯୋଗୁଁ ଅନେକ ପରିବାର ସର୍ବଶାନ୍ତ ହେବାକୁ ପଡୁଛି | ଏଥିନେଇ ଦାରିଦ୍ରତା, ଓ ଦୃଘଟଣା ବୃଦ୍ଧି ପାଉଛି | ତେଣୁ ରାଜ୍ୟ ସରକାର ମଦ ଓ ମାଦକ ଦ୍ରବ୍ୟ କୁ ସମ୍ପୂର୍ଣ ବନ୍ଦ କରିବାକୁ ଆନ୍ଦୋଳନକାରୀ ଜ଼ିଲ୍ଲାପାଳ ଙ୍କ ଜରିଆରେ ମୁଖ୍ୟମନ୍ତ୍ରୀ ଙ୍କୁ ଦାବିପତ୍ର କରିଛନ୍ତି |

ଜଗତସିଂହପୁର ରୁ ଜ୍ୟୋତି ରଞ୍ଜନ ପରିଡା ଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *