ହତ୍ୟା ଅଭିଯୋଗ ଆଣିଛନ୍ତି ପରିବାରବର୍ଗ।
ଛୋଟ ବେଳୁ ମାଆ କୁ ହରେଇଲା ପରେ ନିଜ ଜୀବନ ଯୁଦ୍ଧରେ ହାରିଲା ଅପରାଜିତା। ପ୍ରଥମେ ଭଲ ପାଇଲା ସବୁ ଝିଅପରି ଆଖିରେ ଆଖି ସୋପ୍ନ ଦେଖି ସୁଖର ସଂସାର କରିବ ବୋଲି ପ୍ରେମିକାର ହାତ ଧରିଥିଲା ସେ ଭାବିନଥିଲା ତା ସୋପ୍ନ ସୋପ୍ନ ରେ ରହିଯିବ। ଜୀବନ ଯୁଦ୍ଧରେ ପରାଜୟ ସ୍ୱୀକାର କରି ଆରପାରିରେ ଅପରାଜିତା | ଅପରାଜିତା ମୃତ୍ୟୁଘଟଣାକୁ ନେଇ ବଢୁଛି ସସ୍ପେନସ | ଟାଙ୍ଗୀ ପୋଲିସ ଅପରାଜିତାଙ୍କ ମୃତ୍ୟଦେହ ତାଙ୍କ ଶାଶୁଘରୁ ଉଦ୍ଧାର କରିବା ପରେ ଅପରାଜିତାଙ୍କୁ ତାଙ୍କ ଶାଶୁଘର ଲୋକ ମାରିଦେଇଥିବା ଅଭିଯୋଗ କରିଛନ୍ତି ତାଙ୍କ ବଡ଼ ଭଉଣୀ ସେପଟେ ସ୍ୱାମୀ ଓ ଶାଶୁଘର ଲୋକ ଅପରାଜିତାର ମାନସିକସ୍ଥିତି ଠିକ ନଥିଲା ଏବଂ ତାଙ୍କ ମାଙ୍କ ପାଖକୁ ଯିବ ବୋଲି ବାରମ୍ବାର ସୋସିଆଲ ମିଡିଆରେ ପୋଷ୍ଟ କରୁଥିଲା ଓ ସେ ରଶି ଦେଇ ଆତ୍ମହତ୍ୟା କରିଥିବା କଥା କହିଛନ୍ତି | ଅପରାଜିତା ୨୦୨୨ ମସିହାରେ ଛତିଆ ନିକଟସ୍ତ କଟକ ଜିଲ୍ଲାର ଟାଙ୍ଗୀ ଥାନା ଅନ୍ତର୍ଗତ ଝାଡେଶ୍ୱର ଗାଁର ବିଦ୍ୟାଧର ସେଠୀଙ୍କ ପୁଅ ଶୁଶାନ୍ତ ସେଠୀ କୁ କୋର୍ଟମ୍ୟାରେଜ କରି ନିଜ ଘରେ ରହୁଥିଲେ। ଏଇ କିଛି ୮ ମାସ ପୂର୍ବରୁ ଦୁଇ ଜଣ ଛତିଆ ଅମରାବତି ମଠରେ ବିବାହ କରିଥିଲେ ଭଲରେ ଚାଲିଥିଲା ସଂସାର | ଅପରାଜିତାଙ୍କ ବାପଘର ସହ କୌଣସି ସମ୍ପର୍କ ନଥିବା ବେଳେ ତାଙ୍କ ବିବାହିତା ଭଉଣୀଙ୍କ ସହ ବେଳେ ବେଳେ ଫୋନରେ କଥା ହୁଅନ୍ତି ଆଜି ଅକସ୍ମାକ ତାଙ୍କ ବଡ ଭଉଣୀ ମହେଶ୍ୱତା ବରାଳ ତାଙ୍କ ମୃତ୍ୟୁ ଖବର ପାଇବା ପରେ ତାଙ୍କୁ ହତ୍ୟା କରାଯାଇଥିବା ନେଇ ଟାଙ୍ଗୀ ଥାନା ରେ ଲିଖିତ ଅଭିଯୋଗ କରିଛନ୍ତି ।
ସେପଟେ ଏହି ଘଟଣାକୁ ନେଇ ଟାଙ୍ଗୀ ପୋଲିସ ମାମଲା ରୁଜୁ ତଦନ୍ତ ଆରମ୍ଭ କରିଛି। ମୃତଦେହ ଜବତ କରି ବ୍ଯବଛେଦ ପାଇଁ କଟକ ବଡ ମେଡିକାଲ କୁ ପଠାଇଛନ୍ତି । ତେବେ ବ୍ଯବଛେଦ ରିପୋର୍ଟ ଆସିବା ପରେ ଅପରାଜିତା ଆତ୍ମହତ୍ୟା କରିଛନ୍ତି କି ତାଙ୍କୁ ମାରିଦିଆଯାଇଛି ସାଧାରଣ ରେ ସାର୍ବଜନୀନ ହେବ ସାଧାରଣରେ ଚର୍ଚ୍ଚା ବିଷୟ ପାଲଟିଛି ।
