• Wed. Apr 15th, 2026

Mamata News

ଆପଣଙ୍କ ସ୍ବର ଆମ ମାଧ୍ୟମ

ଅଙ୍ଗନବାଡି କେନ୍ଦ୍ର ରେ ଜାତିଗତ ଆକ୍ଷେପକୁ ନେଇ ଅଭିଭାବକମାନେ ଜ଼ିଲ୍ଲାପାଳଙ୍କୁ ଅଭିଯୋଗ

Bymamatanews

Oct 3, 2024
Spread the love

ରଘୁନାଥପୁର ବ୍ଲକ ଅନ୍ତର୍ଗତ ଏରଡ଼ଙ୍ଗା ପଞ୍ଚାୟତ ସ୍ଥିତ ଗୋପାଳପୁର ଅଙ୍ଗନବାଡି (କ )କେନ୍ଦ୍ର ରେ ଘଟିଛି ଅଭାବନୀୟ ଘଟଣା |ଏହି କେନ୍ଦ୍ର ରେ ନିୟୋଜିତ ଅଙ୍ଗନବାଡି କର୍ମୀ ଛାତ୍ର ଛାତ୍ରୀ ଏବଂ ଅଭିଭାବକ ମାନଙ୍କୁ ଜାତିଗତ ଆକ୍ଷେପ କରୁଥିବା ନେଇ ଉକ୍ତ ଅଞ୍ଚଳ ରେ ଅସନ୍ତୋଷ ଦେଖାଦେଇଛି | ଏ ସମ୍ପର୍କ ରେ ଅଭିଭାବକମାନେ ରଘୁନାଥପୁର ବିଡ଼ିଓ ଏବଂ ବ୍ଲକ ମହିଳା ଓ ଶିଶୁ କଲ୍ୟାଣ ବିଭାଗ ଅଧିକାରୀ ଙ୍କ ନିକଟରେ ବାରମ୍ବାର ଲିଖିତ ଅଭିଯୋଗ କରିଛନ୍ତି ହେଲେ ଅଧିକାରୀ ମାନେ ଘଟଣା ସମ୍ପର୍କ ରେ ନିରବଦ୍ରଷ୍ଟା ସାଜିବାରୁ ତିରିଶି ରୁ ଉର୍ଦ୍ଧ ଅଭିଭାବକ ଜଗତସିଂହପୁର ଜ଼ିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପଦର୍ଶନ କରିବା ସହିତ ଘଟଣା ର ନିରପେକ୍ଷ ତଦନ୍ତ ଦାବି କରିଛନ୍ତି | ଜ଼ିଲ୍ଲାପାଳ ଅଭିଭାବକମାନଙ୍କ ର ଦାବି କୁ ସହୃଦୟସହକାରେ ବିଭାର ନ କଲେ ଅନୁସୂଚିତ ଜାତି ଜନ ଜାତିର ପିଲାମାନେ ଗୋପାଳପୁର (କ )ଅଙ୍ଗନବାଡି କେନ୍ଦ୍ର ରେ ପାଠ ପଢ଼ିବାରୁ ବଞ୍ଚିତ ରହିବେ ବୋଲି ଚେତାବନୀ ଦେଇଛନ୍ତି |

ଜଗତସିଂହପୁର ରୁ ଜ୍ୟୋତି ରଞ୍ଜନ ପରିଡା ଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *