• Wed. Oct 29th, 2025

Mamata News

ଆପଣଙ୍କ ସ୍ବର ଆମ ମାଧ୍ୟମ

ଅନୁଗୋଳ ରେଳ ଷ୍ଟେସନରୁ ୫୮ କେଜି ଗଞ୍ଜେଇ ଜବତ ସହ ତିନି ଗିରଫ

Bymamatanews

May 6, 2025
Spread the love

ଅନୁଗୋଳ ଜିଲ୍ଲା ଅନୁଗୋଳ ଥାନା ଅନ୍ତର୍ଗତ ଅନୁଗୋଳ ରେଳ ଷ୍ଟେସନ ଠାରେ ବିଶେଷ ସୂତ୍ରରୁ ଖବର ପାଇ ଅନୁଗୋଳ ଅବକାରୀ ବିଭାଗ ଏବଂ ଆରପିଏଫ୍ ମିଳିତ ସହଯୋଗରେ ଚଢାଉ କରିଥିଲେ। ଚଢାଉ ବେଳେ ୫୮ କେଜି ଗଞ୍ଜେଇ ଜବତ ହୋଇଥିବା ବେଳେ ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ ୫,୮୦,୦୦୦ ହେବ ବୋଲି ଅବକାରୀ ବିଭାଗ ପକ୍ଷରୁ କୁହାଯାଇଛି। ତେଣୁ ଗଞ୍ଜେଇ କାରବାରରେ ସମ୍ପୃକ୍ତ ତିନି ଜଣଙ୍କୁ ଗିରଫ କରିଛି। ଗିରଫ ତିନି ଜଣ ବ୍ୟକ୍ତି ହେଲେ ଏସକେ ଜାଫର (୨୮), ସମୀର ଖାନ (୨୪), ଗୌରବ ନାମ୍ପାଲେ (୨୧), ତିନି ଜଣଙ୍କ ଘର ମହାରାଷ୍ଟ୍ର ଆକୋଲା ଗ୍ରାମରେ ବୋଲି ସୂଚନା ମିଳିଛି।

Leave a Reply

Your email address will not be published. Required fields are marked *