• Sun. Apr 19th, 2026

Mamata News

ଆପଣଙ୍କ ସ୍ବର ଆମ ମାଧ୍ୟମ

Spread the love

ମହୁମାଛି ଆକ୍ରମଣରେ ଜଣେ ବ୍ୟକ୍ତି ଙ୍କର ମୃତ୍ୟୁ ଘଟିଥିବା ଜଣାପଡିଛି। ସୂଚନା ଯେ, କଣିହାଁ ଥାନା ଅନ୍ତର୍ଗତ କମ୍ପସଲା ପଞ୍ଚାୟତ ର ହରିହରପୁର ଗ୍ରାମର ଅବସର ପ୍ରାପ୍ତ ପ୍ରାଣି ଚିକିତ୍ସକ ବିପିନ୍ ବିହାରୀ ପ୍ରଧାନ (୭୦) ଅବସରପ୍ରାପ୍ତ ପରେ କୋଶଳା ରେ ଘର କରି ରହୁଥିଲେ। କୌଣସି କାମରେ ତାଙ୍କ ଗାଁ ହରିହରପୁର ଯାଇଥିଲେ। ଗାଁ ରୁ ଫେରୁଥିବା ବେଳେ ବାଟରେ ତାଙ୍କୁ ମହୁମାଛି ଆକ୍ରମଣ କରିଥିଲେ। ସେଠାରୁ ତାଙ୍କୁ ଗୁରୁତର ଅବସ୍ଥାରେ ପ୍ରଥମେ କଣିହାଁ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ନିଆଯାଇଥିଲା ଓ ପରେ ଜିଲ୍ଲା ମୂଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇ ଥିଲା। ଏଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ତାଙ୍କ ଏପରି ମୃତ୍ୟୁ କୁ ନେଇ ଗ୍ରାମରେ ଶୋକର ଛାୟା ଖେଳିଯାଇଛି।

Leave a Reply

Your email address will not be published. Required fields are marked *