ଅନୁଗୋଳ ଜିଲ୍ଲା ନାଲକୋ ଥାନା ଅନ୍ତର୍ଗତ କୁଲାଡ଼ ତେଲ ଟାଙ୍କି ନିକଟରେ କଣ୍ଟେନର ଧକ୍କାରେ ଘଟି ଜଣେ ଗୁରୁତର ହୋଇ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ରେ ଭର୍ତି ହୋଇଛନ୍ତି । ଗୁରୁତ୍ତର ଜଣଙ୍କ ହେଲେ ନାଲକୋ ଥାନା ବଳରାମ ପ୍ରସାଦ ଗ୍ରାମର ଜୟକୃଷ୍ଣ ବାଇଙ୍କ ପୁଅ ପ୍ରକାଶ ବାଇ (୫୦) । ସୂଚନା ଯେ, ଆଜି ସକାଳ ସମୟରେ ବଳରାମ ପ୍ରସାଦ ଗ୍ରାମର ଜୟକୃଷ୍ଣ ବାଇ ଙ୍କ ପୁଅ ପ୍ରକାଶ ବାଇ ସିପିପି ଛକ ନିକଟରେ ଥିବା ଏକ ପେଟ୍ରୋଲ ଟାଙ୍କି ରେ ବାଇକରେ ପେଟ୍ରୋଲ ପକାଇ ଅନୁଗୋଳ ସହର ଆଡକୁ ଆସୁଥିବା ବେଳେ ପଛରୁ ଆସୁଥିବା ଏକ କଣ୍ଟେନର ଧକ୍କା ଦେଇଥିଲା। ଯାହା ଫଳରେ ପ୍ରକାଶ ଗୁରୁତ୍ତର ହୋଇଯାଇଥିଲେ। ସ୍ଥାନୀୟ ବାସୀଙ୍କ ସହଯୋଗରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ରେ ଭର୍ତି କରିଥିଲେ। ପ୍ରକାଶ ଙ୍କର ଡାହାଣ ହାତ ଏବଂ ଗୋଡ ରେ ଗଭୀର ଆଘାତ ଲାଗିଛି।
