• Fri. Apr 17th, 2026

Mamata News

ଆପଣଙ୍କ ସ୍ବର ଆମ ମାଧ୍ୟମ

ଦୃବର୍ତ୍ତଙ୍କ ମରଣାନ୍ତକ ଆକ୍ରମଣ ଜଣେ ଗୁରୁତ୍ତର

Bymamatanews

Jan 7, 2025
Spread the love

ଗୁରୁତ୍ତର ଅବସ୍ଥାରେ ଜିଲ୍ଲା ମୁଖ୍ୟଚିକିତ୍ସାଳୟ ରେ ଭର୍ତ୍ତି

ଅନୁଗୋଳ ଜିଲ୍ଲା ସଦର ଥାନା ଅନ୍ତର୍ଗତ କୁମଣ୍ଡ ଗ୍ରାମର ସାହୁପଡା ଛକ ନିକଟରେ ଜଣେ ଯୁବକ ବସି ମୋବାଇଲ ଦେଖୁଥିବା ବେଳେ ମରଣାନ୍ତକ ଆକ୍ରମଣ ହୋଇଥିବା ସୂଚନା ମିଳିଛି। ଗୁରୁତ୍ତର ଅବସ୍ଥାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତି କରାଯାଇଛି। ଗୁରୁତ୍ତର ଜଣଙ୍କ ହେଲେ ସାଧୁ ଚରଣ ନାଏକ ଙ୍କ ପୁଅ ଫକୀର ନାଏକ (୩୮)। ସୂଚନା ଯେ, ଆଜି ସନ୍ଧ୍ୟା ସମୟରେ କୁମଣ୍ଡ ଗ୍ରାମର ସାହୁପଡା ଛକ ନିକଟରେ ଫକୀର ନାଏକ ବସୀ ମୋବାଇଲ ଦେଖୁଥିବା ବେଳେ କିଛି ଦୁର୍ବୁତ୍ତ ଆସି ଏକ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ କରିଥିଲେ। ଏହି ଆକ୍ରମଣରେ ଫକୀର ଗୁରୁତ୍ତର ହୋଇ ଯାଇଥିଲେ। ପରିବାର ଲୋକ ଏବଂ ସ୍ଥାନୀୟ ଅଞ୍ଚଳବାସୀ ଫକୀରଙ୍କୁ ଉଦ୍ଧାର କରି ଏକ ଅଟୋ ଯୋଗେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ରେ ଭର୍ତ କରିଥିଲେ। ଫକୀରଙ୍କର ମୁଣ୍ଡ, ପିଠି ଏବଂ ଡାହାଣ ହାତରେ ଗଭୀର ଆଘାତ ଲାଗିଛି। ଚିକିତ୍ସା ପରେ ଥାନାରେ ଅଭିଯୋଗ କରିବା ନେଇ ପରିବାର ଲୋକେ ସୂଚନା ଦେଇଛନ୍ତି ।

Leave a Reply

Your email address will not be published. Required fields are marked *