• Tue. Feb 24th, 2026

Mamata News

ଆପଣଙ୍କ ସ୍ବର ଆମ ମାଧ୍ୟମ

ନାଲକୋ ମନ୍ଦିର ପ୍ରଶାସନ ପକ୍ଷରୁ ସାମୂହିକ ବ୍ରତ ପାଇଁ ପ୍ରସ୍ତୁତି ବୈଠକ

Bymamatanews

Jan 7, 2026
Spread the love

ଅନୁଗୋଳ ଜିଲ୍ଲା ନାଲକୋ ନଗର ମନ୍ଦିର କମିଟି ପକ୍ଷରୁ ଚଳିତ ବର୍ଷ ସପ୍ତମଥର ପାଇଁ ମନ୍ଦିର ପ୍ରାଙ୍ଗଣରେ ମାର୍ଚ୍ଚ ୧୫ ତାରିଖରେ ସାମୂହିକ ବ୍ରତୋପନୟନ କରିବା ପାଇଁ ନିଷ୍ପତି ନିଆଯାଇଛି ।

ନାଲକୋ ନଗର ମନ୍ଦିର କମିଟିର ସଭାପତି ଶ୍ରୀଯୁକ୍ତ ସଚ୍ଚିଦାନନ୍ଦ ଜେନାଙ୍କ ତତ୍ତ୍ଵlବଧାନରେ ଏବଂ ସମ୍ପାଦକ ଶ୍ରୀଯୁକ୍ତ ଭବାନୀ ଶଙ୍କର ସାହୁ ଓ ସେବାୟତଙ୍କ ଉପସ୍ଥିତିରେ ସାମୁହିକ ବ୍ରତ ଆୟୋଜନ ପାଇଁ ମନ୍ଦିର ସଭା ଗୃହରେ ପ୍ରେସ ବିଜ୍ଞପ୍ତି କରାଯାଇଛି। ଚଳିତ ମାସ ୩୧ ତାରିଖ ସୁଦ୍ଧା ଅଭିଭାବକ ମାନେ ନାଲକୋ ଜଗନ୍ନାଥ ମନ୍ଦିର କାର୍ଯ୍ୟାଳୟରେ ପଞ୍ଜିକରଣ କରିବା ପାଇଁ ପ୍ରକାଶ କରିଛନ୍ତି । ଜିଲ୍ଲାର ବିଭିନ୍ନ ଅଞ୍ଚଳର ଆର୍ଥିକ ଦୁର୍ବଳ ବ୍ରାହ୍ମଣ ପିଲାଙ୍କର ବିନାଖର୍ଚ୍ଚରେ ବ୍ରତୋପନୟନ କରାଯିବାର ବ୍ୟବସ୍ଥା କରାଯିବ । ଏଥିଲାଗି ମନ୍ଦିର ପ୍ରାଙ୍ଗଣରେ ସ୍ୱତନ୍ତ୍ର ଭାବେ ନିର୍ମିତ ବେଦୀରେ ଏକା ସାଙ୍ଗରେ ବ୍ରତ ହେବାର ବ୍ୟବସ୍ଥା ରହିବ । ବ୍ରତର ସମସ୍ତ ଖର୍ଚ୍ଚ ନାଲକୋ ମନ୍ଦିର କମିଟି ବହନ କରିବା ସାଙ୍ଗକୁ ପ୍ରତ୍ୟେକ ବ୍ରତ ହେଉଥିବା ପରିବାରର ସମ୍ପର୍କିୟଙ୍କ ପାଇଁ ପ୍ରସାଦ ସେବନ ଓ ରହିବାପାଇଁ ଘରର ବ୍ୟବସ୍ଥା ମଧ୍ୟ ରହିବ ବୋଲି ମନ୍ଦିର କମିଟି ପକ୍ଷରୁ ସୂଚନା ଦିଆଯାଇଛି।

ଯୋଗା ଯୋଗ:
94370 76153
94370 47293

2019 31st January’2019 12
2020 27th January’2020 12
2021 14th February’ 2021 12
2022 23rd January’ 2022 12
2023 23rd January’ 2023 12
2024
2025 16th January’ 2025 07

Leave a Reply

Your email address will not be published. Required fields are marked *