ନାବାଳିକାକୁ ଅସଭ୍ୟ ଭାଷା ବ୍ୟବହାର କରିବା ପଡିଲା ଭାରି
ଅନୁଗୋଳ ଜିଲ୍ଲା ବନ୍ତଳା ଥାନା ଅଞ୍ଚଳରେ ଗତ ୨୦୨୨ ମସିହା ଅଗଷ୍ଟ ମାସ ରେ ନାବାଳିକା ଝିଅ କୁ ଅସଭ୍ୟ ଭାଷା ରେ କମେଣ୍ଟ କରି ଗାଳିଗୁଲଜ କରିବା ଅଭିଯୋଗରେ ଏକ ଅଭିଯୁକ୍ତ ଙ୍କ ବିରୋଧରେ ମାନ୍ୟବର ନ୍ୟାୟପାଳିକା ରାଏ ଶୁଣାଇଛନ୍ତି । ସୂଚନା ମୁତାବକ ଜରପଡା ଥାନା ଅଞ୍ଚଳର ଜଣେ ନାବାଳିକା ବଡକେରା ବିଦ୍ୟାଳୟ ପାଠ ପଢିବା ଆସୁଥିବା ବେଳେ। ସେହି ଅଞ୍ଚଳର ମୋହନ ପଲେଇ ଙ୍କ ପୁଅ ବ୍ରଜବନ୍ଧୁ ପଲେଇ ଅଧିକାଂଶ ସମୟ ନାବାଳିକାକୁ କମେଣ୍ଟ କରନ୍ତି। ନାବାଳିକା ମାନେ ଏଥିପ୍ରତି ଧ୍ୟାନ ଦିଅନ୍ତି ନାହିଁ। ୨୦୨୨ ମସିହା ଅଗଷ୍ଟ ମାସ ରେ ନାବାଳିକା ବିଦ୍ୟାଳୟ ଛୁଟି ପରେ ସାଙ୍ଗ ମିଶି ଘରକୁ ଫେରିବା ସମୟରେ ବ୍ରଜବନ୍ଧୁ ସେମାନଙ୍କୁ ଅଟକାଇ ଅସହ୍ୟ ଅସଭ୍ୟ ଭାଷାରେ କମେଣ୍ଟ କରିଥିଲେ। ଯାହାଦ୍ୱାରା ନାବାଳିକା ବାପା ମାଙ୍କୁ ଜଣାଇବା ପରେ ଥାନା ରେ ମାମଲା ରୁଜୁ ହୋଇଥିଲା। ଆଜି ଏହି ମାମଲାର ମାଜିଷ୍ଟ୍ରେଟ ସୌମ୍ୟ ଶୁଭ ଦର୍ଶିନୀ ରାଏ ଶୁଣାଇଥିବା ବେଳେ ସରକାରୀ ଓକିଲ ଭାବେ ସ୍ପେଶାଲ ପବ୍ଲିକ୍ ପ୍ରଶକ୍ୱିଟର ଦିଲ୍ଲୀପ କୁମାର ଦାସ ମାମଲା ଲଢ଼ିଥିଲେ । ଅଭିଯୁକ୍ତ ବ୍ରଜବନ୍ଧୁଙ୍କୁ ତିନି ବର୍ଷ ଜେଲ ଦଣ୍ଡ ସହିତ ପାଞ୍ଚ ହଜାର ଜୋରିମାନା ଆଦେଶ କରା ଯାଇଛି। ଜୋରିମାନା ଅନାଦେୟ ଅଧିକ ତିନି ମାସ ଜେଲ୍ ଦଣ୍ଡ ଭୋଗିବା ସହିତ ପୀଡ଼ିତାଙ୍କୁ ପଚାଶ ହଜାର କ୍ଷତିପୂରଣ ଦେବା ପାଇଁ କୋର୍ଟ ଆଦେଶ ଦେଇଛନ୍ତି।
