• Mon. Jun 1st, 2026

Mamata News

ଆପଣଙ୍କ ସ୍ବର ଆମ ମାଧ୍ୟମ

ସମାଧାନ ସମାରୋହ-୨୦୨୬ରେ ଅଂଶଗ୍ରହଣ ପାଇଁ ନିମନ୍ତ୍ରଣ ।

Bymamatanews

May 7, 2026
Spread the love

ଅନୁଗୋଳ (୦୭/୦୫/ ୨୦୨୬) :- ସହଭାଗୀ ନ୍ୟାୟ ଏବଂ ଲୋକଙ୍କ ନିକଟରେ ନ୍ୟାୟିକ ସେବା ପରିକଳ୍ପନାକୁ ଆଗକୁ ବଢାଇବା ପାଇଁ ଦେଶବ୍ୟାପି ମଧ୍ୟସ୍ଥତା ଭିତ୍ତିକ ବିଚାର ଏବଂ ବିବାଦର ସଦଭାବନାପୂର୍ଣ୍ଣ ସମାଧାନ ପାଇଁ ଭାରତର ସର୍ବୋଚ୍ଚ ନ୍ୟାୟାଳୟଙ୍କ ପକ୍ଷରୁ ୨୧,୨୨ ଏବଂ ୨୩ ଅଗଷ୍ଟ ୨୦୨୬ ରେ ଏକ ବିଶେଷ ଲୋକ ଅଦାଲତ – ସମାଧାନ ସମାରୋହ ଅନୁଷ୍ଠିତ ହେବ । ବିଶେଷ ଲୋକ ଅଦାଲତର ଉଦ୍ଦେଶ୍ୟ ହେଉଛି ସ‌ହମତି ଆଧାରିତ ସମାଧାନ ବ୍ୟବସ୍ଥା ମାଧ୍ୟମରେ ଭାରତର ସର୍ବୋଚ୍ଚ ନ୍ୟାୟାଳୟ ସମ୍ମୁଖରେ ବିଚାରଧୀନ ମାମଲାର ସୌହାର୍ଘ୍ୟପୂର୍ଣ୍ଣ ସମାଧାନକୁ ସୁଗମ କରିବା ।

ଏହି ପଦକ୍ଷେପ ଅଧୀନରେ ବିବାଦର ପ୍ରଭାବଶାଳୀ ସମାଧାନରେ ସମସ୍ତ ଅଧିବକ୍ତା , ମକଦ୍ଦମାକାରୀ ଏବଂ ଅଂଶୀଦାରମାନଙ୍କୁ ସକ୍ରିୟ ଭାବେ ଅଂଶଗ୍ରହଣ କରିବାକୁ ଏବଂ ସହଯୋଗ କରିବାକୁ ଅନୁରୋଧ କରାଯାଇଛି । ପକ୍ଷମାନେ ସେମାନଙ୍କ ବିବାଦର ସମାଧାନ ପାଇଁ ଉଭୟ ବ୍ୟକ୍ତିଗତ ଭାବେ କିମ୍ବା ଅନ୍‌ଲାଇନ୍ ପ୍ଲାଟ ଫର୍ମରେ ଆଭାସି ମାଧ୍ୟମରେ ଉପସ୍ଥିତ ରହିପାରିବେ। https://www.sci.gov.in/ୱେବସାଇଟ ରେ ଉପଲବ୍ଧ ଗୁଗୁଲ ଫର୍ମ (https://forms.gle/jqxefqF4BCWzukoP6) ୩୧ ମଇ ୨୦୨୬ ମଧ୍ୟରେ ଫର୍ମ୍ ପୂରଣ କରି ଆବେଦନ କରିପାରିବେ । ସମାଧାନ ସମାରୋହ -୨୦୨୬ ସମ୍ପର୍କିତ ସୂଚନା ପାଇଁ ସର୍ବଭାରତୀୟ ସ୍ତରରେ ୦୧୧-୨୩୧୧୨୪୨୮, ୦୧୧-୨୩୧୧୨୫୨୮ କିମ୍ବା ଅନୁଗୋଳ ଜିଲ୍ଲା ଆଇନ୍ ସେବା ପ୍ରାଧୀକରଣ ର ଜିଲ୍ଲା ଅଦାଲତ ପରିସରରେ ଥିବା ବିକଳ୍ପ ବିବାଦ ସମାଧାନ କେନ୍ଦ୍ର ମୋବାଇଲ୍ ରହିପାରିବେ ନମ୍ବର-୮୭୬୩୧୦୫୬୪୦ / ଇ-ମେଲ- disaangul@gmail.com ରେ ଯୋଗାଯୋଗ କରିପାରିବେ।

Leave a Reply

Your email address will not be published. Required fields are marked *

error: Content is protected !!