• Tue. Oct 28th, 2025

Mamata News

ଆପଣଙ୍କ ସ୍ବର ଆମ ମାଧ୍ୟମ

ଡବଲ ଡେକର ବସର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ।

Bymamatanews

Jan 8, 2025
Spread the love

ଭୂବନେଶ୍ବର: ରାଜଧାନୀ ଭୁବନେଶ୍ବରରେ ଗଡ଼ିଲା ଡବଲ ଡେକର ବସ। ଏହି ଡବଲ୍‌ ଡେକର ବସ୍‌ର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ମୁଖ୍ୟମନ୍ତ୍ରୀ ପତାକା ଦେଖାଇ ଏହି ବସର ଶୁଭାରମ୍ଭ କରିଛନ୍ତି। ପ୍ରବାସୀ ଭାରତୀୟ ଦିବସର ଉଦ୍‌ଘାଟନ ପୂର୍ବରୁ ୫ଟି ଡବଲ ଡେକର ବସ୍‌ ରାଜଧାନୀରେ ଚାଲିବାକୁ ସରକାର ବ୍ୟବସ୍ଥା କରିଛନ୍ତି।

ସେହିପରି ରାଜ୍ୟ ସରକାର ୨୫ଟି ଶ୍ରୀମନ୍ଦିର ପ୍ରଶାସନ ବସ୍‌ର ମଧ୍ୟ ଶୁଭାରମ୍ଭ କରିଛନ୍ତି। ଏହି ବସ୍‌ଗୁଡ଼ିକ ପୁରୀ ସହର ଭିତରେ ଚାଲିବ। ଡବଲ ଡେକର ବସ୍‌ରେ ପ୍ରବାସୀମାନେ ଯାତାୟାତ କରିବେ। ଏହି ବସ୍‌ର ଶୁଭାରମ୍ଭ ଅବସରରେ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର, ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ, ଭୁ‌ବନେଶ୍ବର ଏକାମ୍ର ବିଧାୟକ ବାବୁ ସିଂହ, ଭୁବନେଶ୍ବର ସାଂସଦ ଅପରାଜିତା ଷଡ଼ଙ୍ଗୀ ପ୍ରମୁଖ ଉପସ୍ଥିତ ଥିଲେ।ସୂଚନା ଯୋଗ୍ୟ, ରାଜଧାନୀ ଭୁବନେଶ୍ବରରେ ଅଷ୍ଟାଦଶ ପ୍ରବାସୀ ଭାରତୀୟ ଦିବସ ଆସନ୍ତାକାଲି ଅର୍ଥାତ ୮ ତାରିଖ ବୁଧବାର ଠାରୁ ୧୦ତାରିଖ ଶୁକ୍ରବାର ପର୍ଯ୍ୟନ୍ତ ତିନି ଦିନ ଧରି ଅନୁଷ୍ଠିତ ହେବ। ଏହି ଅବସରରେ ବିଶ୍ଵର କୋଣଅନୁକୋଣରେ ରହୁଥିବା ଭାରତୀୟ ଓଡ଼ିଶା ଆସୁଥିବା ମୁଖ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି। ଓଡ଼ିଶାର ସମୃଦ୍ଧ ତଥା ପ୍ରାଚୀନ କଳା, ସଂସ୍କୃତି ଓ ଐତିହ୍ୟକୁ ବିଶ୍ୱ ଦରବାରରେ ପହଞ୍ଚାଇବା ପାଇଁ ପ୍ରବାସୀ ଭାରତୀୟ ଦିବସ ପାଳନ କରାଯାଉଛି।

ପ୍ରବାସୀ ଭାରତୀୟ ଦିବସ ପାଳନ ପୂର୍ବରୁ ମଙ୍ଗଳବାର ବୈଦେଶିକ ବ୍ୟାପାର ମନ୍ତ୍ରାଳୟ ଓ ରାଜ୍ୟ ସରକାରଙ୍କ ମିଳିତ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଏହି ସାମ୍ବାଦିକ ସମ୍ମିଳନୀରେ ମୁଖ୍ୟ ଶାସନ ସଚିବ ମନୋଜ କୁମାର ଆହୁଜା କହିଛନ୍ତି, ପ୍ରବାସୀ ଭାରତୀୟ ଦିବସର ଆୟୋଜନ କରିବାକୁ ଓଡ଼ିଶାକୁ ସୁଯୋଗ ମିଳିଛି। କେନ୍ଦ୍ର ସରକାର ପୂର୍ବୋଦୟ ନୀତି ଅନୁଯାୟୀ ଓଡ଼ିଶାକୁ ଚୟନ କରିନ୍ତି। ଏହି ଅବସରରେ ରାଜ୍ୟ ସରକାର ଆଦିବାସୀ ମେଳା, ଫୁଡ ଫେଷ୍ଟିଭାଲ୍, ପୁଷ୍ପ ପ୍ରଦର୍ଶନୀ, ମୁକ୍ତେଶ୍ବର ଉତ୍ସବ ପ୍ରମୁଖ ବିଭିନ୍ନ କାର୍ଯ୍ୟକ୍ରମର ଆୟୋଜନ କରିଛନ୍ତି ବୋଲି ସେ କହିଛନ୍ତି। ଏହି ଅବସରରେ ରାଜ୍ୟର ୨୧ଟି ପର୍ଯ୍ୟଟନ ସ୍ଥଳୀକୁ ପ୍ରବାସୀ ଭାରତୀୟମାନଙ୍କୁ ନିଆଯିବା କାର୍ଯ୍ୟକ୍ରମ ରହିଛି।

Leave a Reply

Your email address will not be published. Required fields are marked *