• Wed. Apr 15th, 2026

Mamata News

ଆପଣଙ୍କ ସ୍ବର ଆମ ମାଧ୍ୟମ

ବୁଢ଼ାପଙ୍କ ରେଲୱେ ଲାଇନର ଫ୍ଲାଏଓଭର ବ୍ରିଜ୍‌ ର ସମୀକ୍ଷା

Bymamatanews

Apr 8, 2026
Spread the love

ଅନୁଗୋଳ : ଖୋର୍ଦ୍ଧା ଡିଆରଏମ ଇଷ୍ଟି କୋଷ୍ଟ ରେଲୱେ, ଅନୁଗୋଳ ଜିଲ୍ଲାପାଳ ଙ୍କୁ ଏକ ଚିଠି କରିଥିଲେ ଯାହାକି ଗେଟ୍ ନଂ ସିଟି – ୭୭ ସ୍ଥାନ ୪୮୭ – ୧୩/୧୫ ରେ ଯାତାୟାତ ଅସୁବିଧା ପାଇଁ ଓଭର ବ୍ରିଜ୍‌ ଆବ୍ୟଶକ ପଡୁଥିବା ନେଇ ଡିଆରଏମ ଖୋର୍ଦ୍ଧା ଅନୁଗୋଳ ଜିଲ୍ଲାପାଳ ଙ୍କୁ ଚିଠି କରିଥିଲେ l

ଆଜି ଜିଲ୍ଲାପାଳ ଙ୍କ ନିର୍ଦେଶ ରେ ବୁଢ଼ାପଙ୍କ ରେଲୱେ ଲାଇନ୍‌ ରେ ଫ୍ଲାଏ ଓଭର ବ୍ରିଜ୍‌ ଉନ୍ନତୀ କରଣ ପାଇଁ ଆଜି ଉପଜିଲ୍ଲାପାଳ ମାୟାଧର ବେହେରା, ତହସିଲଦାର ସୁଶାନ୍ତ କୁମାର ମିଶ୍ର, ରାଜସ୍ୱ ନିରୀକ୍ଷକ ବିଦ୍ୟାଧର ମାଝୀ, ବଅଁରପାଳ ପୋଲିସ ଏ ଏସ ଆଇ ଜୟ କୁମାର ସାୟ ଏବଂ ରେଲୱେ ବିଭାଗର ବରିଷ୍ଠ ଅଧିକାରୀମାନେ ସରଜମିନ୍ ସମୀକ୍ଷା କରିଥିଲେ । ବୁଢ଼ାପଙ୍କ ରେଲୱେ ଲାଇନ୍‌ ର କିପରି ସମନ୍ବିତ ବିକାଶ ହେବ ସ୍ଥାନୀୟ ଜନସାଧାରଣଙ୍କର ଉନ୍ନତି ହେବ ଓ ଗମନାଗମନ ସମସ୍ୟାରେ ସୁଧାର ଆସିବ, ସେ ନେଇ ଉପ ଜିଲ୍ଲାପାଳ ଆଲୋଚନା କରିଥିଲେ।

ବୁଢ଼ାପଙ୍କ ଗ୍ରାମବାସୀ ଙ୍କର ଏ ଦାବୀ ଅନେକ ଦିନରୁ କରିଆସୁଛନ୍ତି l ଗ୍ରାମବାସୀ ଙ୍କ ଦାବୀ ଯେ ପୂର୍ବରୁ ଯେଉଁ ଲେବୁଲ କ୍ରସିଂଙ୍ଗ ଥିଲା ସ୍ଥାନ ୪୮୫- ୧୩/୧୫ ରେ ଫ୍ଲାଏ ଓଭର ବ୍ରିଜ୍‌ କରାଗଲେ ସ୍ଥାନୀୟ ଅଞ୍ଚଳବାସୀ ଙ୍କର ଉନ୍ନତି ହେବ ସହ ଗମନାଗମନ ସୁଧାର ଆସିବ ବୋଲି ଗ୍ରାମବାସୀ ଦାବୀ କରିଛନ୍ତି l ପୂର୍ବରୁ ଜନ ଶୁଣାଣି ଶିବିର ରେ ଅନେକ ଥର ଜିଲ୍ଲାପାଳ ଙ୍କୁ ଅଭିଯୋଗ କରିଛନ୍ତି l କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ଖୋର୍ଦ୍ଧା ଡିଆରଏମ ଙ୍କୁ ଦାବୀ ପତ୍ର ଦେଇଥିବା କହିଛନ୍ତି l

Leave a Reply

Your email address will not be published. Required fields are marked *