ଅନୁଗୋଳ ଜିଲ୍ଲା ଛେଣ୍ଡିପଦା ଥାନା ଅଞ୍ଚଳର ଜଣେ ନାବାଳିକା କୁ ୨୦୨୪ ମସିହାରେ ଅସଦାଚାରଣ ଓ ପରିବାରବର୍ଗ ଙ୍କୁ ଧମକ ଦେବା ମାମଲାରେ ଯୁବକ ଗିରଫ ହୋଇଥିଲେ। ଆଜି ଏହି ପୋସ୍କୋ ମାମଲାର ରାଏ ଶୁଣାଇଛନ୍ତି ମାଜିଷ୍ଟ୍ରେଟ ସୌମ୍ୟ ଶୁଭ ଦର୍ଶିନୀ। ସୂଚନା ଅନୁସାରେ ଛେଣ୍ଡିପଦା ଥାନା ଅଞ୍ଚଳରେ ଜନକ ନାଏକ ନାମକ ଜଣେ ୩୯ ବର୍ଷୀୟ ଯୁବକ ପଡୋଶୀ ଘରେ ନାବାଳିକା ର ପରିବାରବର୍ଗ ଘରେ ନଥିବା ବେଳେ ପ୍ରଲୋଭନ ଦେଖାଇ ଅସଦାଚାରଣ କରିବାକୁ ଉଦ୍ୟମ କରିବା ସମୟରେ ଯୁବକର ସ୍ତ୍ରୀ ପଳାଇ ଆସିଥିଲେ । ଫଳରେ ଜନକ ନାବାଳିକା କୁ ଛାଡି ଦେଇଥିଲା। ନାବାଳିକା ଖସି ଆସି ଘରେ ଲୁଚି ରହିଥିଲା। ଅଘଟଣ ବିଷୟରେ ପରିବାରବର୍ଗ ସୂଚନା ପାଇ ଘରକୁ ଝିଅ ପାଖକୁ ଯିବା ବେଳେ ନାବାଳିକା କାନ୍ଦି ସବୁ ପରିବାର ଲୋକଙ୍କୁ ସୂଚନା ଦେଇଥିଲା। ଏହା ବିଷୟରେ ପରିବାର ଲୋକେ ଜନକ କୁ ଖୋଜାଖୋଜି କରିବାରୁ ସେ ଗ୍ରାମରୁ ଫେରାର ହୋଇଯାଇଥିଲା। ଫୋନରେ ଯୋଗାଯୋଗ କରିବାରୁ ନାବାଳିକା ପରିବାର ବର୍ଗ ଙ୍କୁ ବିଭିନ୍ନ ଧମକ ଦେଇଥିଲା ଜନକ। ନାବାଳିକା ପରିବାର ବର୍ଗ ଥାନାରେ ଲିଖିତ ଅଭିଯୋଗ ପରେ ଏହାର ଏକ ମାମଲା ରୁଜୁ ହୋଇଥିଲା। ନାବାଳିକା ପକ୍ଷରୁ ସ୍ପେଶାଲ ପବ୍ଲିକ ପ୍ରଶକ୍ୱିଟର ଦିଲ୍ଲୀପ କୁମାର ଦାସ
ମାମଲା ଲଢ଼ି ଅଭିଯୁକ୍ତ କୁ ପୋସ୍କୋ ମାମଲା ରେ ଅଭିଯୁକ୍ତ କୁ ୩ ବର୍ଷ କାରାଦଣ୍ଡ ସହ ୫ ହଜାର ଟଙ୍କାର ଜୋରିମାନା ଦାଖଲ ପାଇଁ ନିର୍ଦ୍ଦେଶ ମିଳିଛି।
