ଅନୁଗୋଳ ଜିଲ୍ଲା ବଅଁରପାଳ ଥାନା ନିକଟସ୍ତ ଗ୍ରାମରୁ ଜଣେ ୨୩ ବର୍ଷୀୟ ଯୁବତୀ ନିଖୋଜ ନେଇ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଅଭିଯୋଗ ଅନୁସାରେ ଫେବୃଆରୀ ୭ ରାତି ରେ ମା ଓ ଝିଅ ଖାଇ ସାରି ଏକ ରୁମ ରେ ଶୋଇବାକୁ ଯାଇଥିଲେ । ଦୁହେଁ ରାତିରେ ଶୋଇ ସାରିଥିବା ବେଳେ ମା ଙ୍କ ନିଦ ରାତି ୩ ଘଟିକା ସମୟରେ ଭାଙ୍ଗି ଯାଇଥିଲା। ତେବେ ଝିଅ ପାଖରେ ନଥିବା ଦେଖି ପରିବାର ଲୋକଙ୍କୁ ଜଣାଇଥିଲେ। ନମିଳିବାରୁ ସାଇ ପଡୋଶୀ ଓ ବନ୍ଧୁବାନ୍ଧବ ଙ୍କ ଘର ଖୋଜାଖୋଜି କରିବା ପରେ ସନ୍ଧାନ ନପାରିବାରୁ ମା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ତେବେ ଝିଅ ର ଉଚ୍ଚତା ୫ ଫୁଟ ହେବା ସହ ସେ ଏକ କଫି ରଙ୍ଗର ଜିନ୍ସ୍ ପ୍ୟାଣ୍ଟ ଓ ବାଇଗଣୀ ରଙ୍ଗର ସାର୍ଟ ପିନ୍ଧି ଥିବାର ସୂଚନା ରେ ଲେଖିଛନ୍ତି।


