• Tue. Oct 28th, 2025

Mamata News

ଆପଣଙ୍କ ସ୍ବର ଆମ ମାଧ୍ୟମ

ମୃତ୍ୟୁ ପୁଅର ଅଙ୍ଗକୁ ଦାନ କଲେ ପରିବାର

Bymamatanews

Jun 9, 2025
Spread the love

ଅଙ୍ଗଦାନ କରି ଅମର ହେଲେ ଅନୁଗୁଳ ଜିଲ୍ଲା ଟାଉନ ଥାନାର ଶିକ୍ଷକପଡା ଅଞ୍ଚଳର ବିଶ୍ବଜିତ। ୬ ଦିନ ତଳେ ଏକ ଦୁର୍ଘଟଣାରେ ଗୁରୁତର ହୋଇ ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ ବିଶ୍ବଜିତ ଦାସ। କିନ୍ତୁ ଆଜି ତାଙ୍କର ବ୍ରେନ୍ ଡେଡ୍ ହୋଇଥ‌ିବା ନେଇ ଡାକ୍ତର ଘୋଷଣା କରିଥିଲେ।

ଏଣୁ ପରିବାର ଲୋକେ ତାଙ୍କ ଅଙ୍ଗଦାନ କରିବାକୁ ନିଷ୍ପତ୍ତି ନେଇଥିଲେ। ପରେ ପରିବାର ଲୋକଙ୍କ ସହମତିରେ ବିଶ୍ବଜିତଙ୍କ ଦୁଇଟି ଯାକ କିଡ୍‌ନି କଢ଼ାଯାଇଥିଲା। ଗୋଟିଏ ସେହି ଘରୋଇ ହସ୍ପିଟାଲରେ ପ୍ରତିରୋପଣ କରିଯାଇଥିବା ବେଳେ ଅନ୍ୟଟି କଟକ ଏସ୍‌ସିବି ମେଡିକାଲକୁ ଅଣାଯାଇଥିଲା। ଏସ୍‌ସିବିରେ ଜଗତସିଂହପୁର ଅଞ୍ଚଳର ସୁନୀଲ ନାୟକ ନାମକ ଜଣେ ଯୁବକଙ୍କ ଶରୀରରେ ବିଶ୍ବଜିତଙ୍କ କିଡନିର ସଫଳ ପ୍ରତିରୋପଣ କରାଯାଇଛି।ପ୍ରକାଶ ଯେ ସୁନୀଲଙ୍କ ଦୁଇଟି ଯାକ କିଡ୍‌ନି ନଷ୍ଟ ହୋଇଯାଇଥିବା ବେଳେ ୫ ବର୍ଷ ହେଲା ତାଙ୍କ ଡାଏଲେସିସ୍ ଚାଲିଥିଲା । କିନ୍ତୁ ସବୁ ଚିକିତ୍ସା ଏବେ ଫେଲ୍ ମାରିଥିଲା । ଆଉ ବିଶ୍ବଜିତଙ୍କ ବ୍ରେନ୍ ଡେଡ୍ ହୋଇଯାଇଥିଲା । କିନ୍ତୁ ମୃତ୍ୟୁ ପରେ ବି ଅନ୍ୟଙ୍କୁ ଜୀବନଦାନ କରିଛନ୍ତି ବିଶ୍ବଜିତ। ତାଙ୍କ ଅଙ୍ଗ ପାଇଁ ନୂଆ ଆୟୁଷ ପାଇଛନ୍ତି ଏକାଧୂକ ଲୋକ। ଏଣୁ ବିଶ୍ବଜିତଙ୍କ ପାଇଁ ତାଙ୍କ ପରିବାର ଗର୍ବିତ ବୋଲି କହିଛନ୍ତି।

Leave a Reply

Your email address will not be published. Required fields are marked *