• Mon. Jun 15th, 2026

Mamata News

ଆପଣଙ୍କ ସ୍ବର ଆମ ମାଧ୍ୟମ

କାମ ର ମାସେ ନଯାଉଣୁ ପୂର୍ତ୍ତ ବିଭାଗ ରାସ୍ତା ଫାଟି ଆଁ

Bymamatanews

Jun 9, 2025
Spread the love

ରେକୁଟି ରାସ୍ତା ମଧ୍ୟ ନିର୍ମାଣ ନିମ୍ନ ମାନର ଅଭିଯୋଗ ।

ମହାବିରୋଡ଼,:ପୂର୍ତ୍ତ ବିଭାଗ ପକ୍ଷରୁ ରାସ୍ତାର ସମ୍ପ୍ରସାରଣ ହେଉଥିବା ବେଳେ ଏହାର ସଠିକ ତଦାରଖ ଅଭାବରୁ କାମ ନିମ୍ନ ମାନର ହେଉଥିବା ଦେଖିବାକୁ ମିଳୁଛି ,ମହବୀରୋଡ ଠାରୁ ଗଡପ ଳ। ଶୁଣି ରାସ୍ତାରେ ଗାର୍ଡ ୱାଲ ଠାରୁ ଆରମ୍ଭ କରି ପିଚୁ କାମ ସରିଥିଲେ ମଧ୍ୟ କାମ ନ ସରୁ ଝିଲ୍ଲି ପଞ୍ଚାୟତ ର ତୋରଡ଼। ନାଲି ରାସ୍ତା ଫାଟିପୁରା ଆଁ , କେତେବେଳେ ଯେ ପୋଲ ଗଳି ପଡ଼ିବ ସେ କଥା କହିହେବନି ଏହି ନେଇ ବାରମ୍ବାର ଗଣମାଧ୍ୟମ ଠାରୁ ଆରମ୍ଭ କରି ଗ୍ରାମବାସୀ ଜନପ୍ରତିନିଧି ଅଭିଯୋଗ କରିଥିଲେ ମଧ୍ୟ କୌଣସି ପ୍ରକାର ତଦାରଖ କରାଯାଉନଥିବାରୁ ଠିକାଦାର ମନଇଚ୍ଛା କାର୍ଯ୍ୟ କରିଚାଲିଛି ଅନୁରୂପ ଭାବେ ମଧ୍ୟ କଙ୍କଡାହାଡ଼ ଠାରୁ ରେକୁଟି ରାସ୍ତାର ଉନ୍ନତି କରଣ ପାଇଁ କୋଟି କୋଟି ଟଙ୍କା ବ୍ୟୟ ହୋଇ ରାସ୍ତା ସମ୍ପ୍ରସାରଣ ହେଉଅଛି ।ଏହି ରାସ୍ତାର ଉଭୟ ପାର୍ଶ୍ଵରେ ଅଳ୍ପ ମୋରମ ବିଛା ଯାଉଛି ।ନିୟମ ଅନୁସାରେ ୧ ମିଟର ରୁ ୧.୨ ମିଟର ଓସାରରେ ବିଛାଇବାର ନିୟମ ଥିବାବେଳେ ଠିକାଦାର ବେନିୟମ ଭାବେ କେଉଁଠି ୦.୫ ମିଟର ଦୁରତାରେ ମୋରମ ବିଛାଉ ଥିବାବେଳେ ଆଉ କିଛି ଜାଗାରେ ଇଛା ମୁତାବକ ଅଳ୍ପ ମୋରମ ବିଛାଉ ଥିବା ଦେଖିବାକୁ ମିଳିଛି ।ଏଠି ବ୍ୟବହୃତ ହେଉଥିବା ମୋରମ ଜଙ୍ଗଲ ଜମି ଓ ସରକାରୀ ଜମିରୁ ରାତ୍ରି ସମୟରେ ଖନନ କରାଯାଇ ମୋରମ ରାସ୍ତାରେ ପକା ଯାଇ ରାସ୍ତା କାମ ହେଉଛି । କଙ୍କଡାହାଡ଼ ତହସିଲ ଠାରୁ ମାତ୍ର ୩୦୦ ମିଟର ମଧ୍ୟରେ ଏକ ପିଚୁ ତିଆରି କାରଖାନା କରାଯାଇ ବିଷାକ୍ତ ନିର୍ଗତ ଧୁଆଁ ବାହାରି ଜନଜୀବନ କୁ ଅସ୍ତବ୍ୟସ୍ତ କରୁଥିବାବେଳେ ବିନା କୌଣସି ପ୍ରକାର ଅନୁମୋଦନ ରେ କିଭଳି କୌଣସି ବିଭାଗୀୟ ଅଧିକାରୀ କିଛି ପଦକ୍ଷେପ ନ ନେବା ଅଞ୍ଚଳବାସୀ ଙ୍କୁ ଏହା ବହୁତ୍ ଚକିତ କରିଛି, ଏନେଇ ଦାୟିତ୍ଵ ରେ ଥିବା ତହସିଲଦାର ଷୌଭାଗ୍ୟ କୁମାର ଭୋଇଙ୍କୁ ଯୋଗାଯୋଗ କରିବାରୁ ଠିକାଦାର କୁ କୌଣସି ପ୍ରକାର ତହସିଲ ଅଫିସ ରୁ ପର ମିଶନ ନ ଦିଆ ଯାଇନଥିଲା , ଅଭିଯୋଗ ହେବାରୁ ଏନେଇ ମାର୍ଚ୍ଚ ମାସ ରେ ତାଙ୍କୁ କାର୍ଯ୍ୟାଳୟ ତରଫ ରୁ ନୋଟିସ୍ କରାଯାଇଥିଲା , କାମାକ୍ଷାନଗର ପୂର୍ବାଞ୍ଚଳ ଅଧୀନ ରେ ଠିକାଦାର ଖୋଲମ ଖୋଲା ଭାବେ ରାଜସ୍ୱ ହାନି କରି ମୋରମ ଲୁଟ କରି ରାଜ୍ୟର ରାଜସ୍ୱ କୁ ହରିଲୁଟ କରୁଥିବା ସ୍ଥାନୀୟ ଲୋକମାନେ ଅଭିଯୋଗ କରିଛନ୍ତି , ବିନା କାଗଜ ପତ୍ର ରେ ଜଂଗଲ ଜମିରୁ ମୋରମ ଲୁଟ ହେଉଥିବା ନେଇ ବାରମ୍ବାର ଅଭିଯୋଗ ହେଉଥିଲେ ମଧ୍ୟ କାମାକ୍ଷାନଗର ପୁର୍ବାଞ୍ଚଳ ରେଞ୍ଜ ଅଧିକାରୀ କୈଳାସ ଚନ୍ଦ୍ର ସାହୁ ଙ୍କୁ ଯୋଗାଯୋଗ କରିବାରୁ ମୁଁ ଜାଣିନାହିଁ, ମୁଁ କାଲି ଷ୍ଟାଫ୍ କୁ ପଠାଇ ତଦନ୍ତ କରାଇବି ବୋଲି ମନ୍ତବ୍ୟ ରଖିଥିଲେ । ପ୍ରଶ୍ନ ଉଠେ ସବୁ ବିଭାଗକୁ ବେଖାତିର କରି ଠିକା ସଂସ୍ଥା ମୋରମ ଲୁଟ କରିବାରେ ଲାଗିଛି ।ପୂର୍ବରୁ ରାସ୍ତା ପାର୍ଶ୍ୱର ମାଟି ବିଛାଇବା ପାଇଁ ଦଣ୍ଡାଧର ଡ୍ୟାମ ପାଖାପାଖି ରାସ୍ତା ପାର୍ଶ୍ଵରୁ ମାଟି ଖୋଳି ରାସ୍ତା କାମରେ ମାଟି ବିଛାଉ ଥିବା ଅଭିଯୋଗ ହେଇଥିଲା ।ଏମିତି କି ଏହି ରାସ୍ତା ପାର୍ଶ୍ଵରେ ଥିବା ବଡ଼, ଆଉ ଛୋଟ ଗଛ ମୂଳରୁ ମାଟି କାଟି ବହୁତ ଗଛ ନଷ୍ଟ ହୋଇଥିଲା ।ଏ ସଂକ୍ରାନ୍ତରେ ପୂର୍ତ୍ତ ବିଭାଗ ଏସ୍ଡ଼ିଓ ଯନ୍ତ୍ରୀ ବିଜୟ କୁମାର ସେଠୀଙ୍କ ତୋର ଡ଼। ନାଲି ରାସ୍ତା ଫାଟି ବାର ମତାମତ ନେବାରୁ ଅତି ଶୀଘ୍ର ଏହାକୁ ରେକ୍ଟିଫାଇ କରିଦେବା ବୋଲି ମନ୍ତବ୍ୟ ରଖି ଥିଲେ । ଠିକାଦାର ରାଜସ୍ବ ବିଭାଗ, ବିଭାଗ ବନବିଭାଗ , ମାଇନିଙ୍ଗ ବିଭାଗ ର ବିନା କିଭଳି ରାଜସ୍ବ ଫାଙ୍କି ଏହି ଆଦିବାସୀ ବ୍ଲକ୍ ରେ ହରିଲୁଟ କରିଚାଲିଛି, ତାହା ତଦନ୍ତ ସ। ପେକ୍ଷ ଏଥିପ୍ରତି ଜିଲ୍ଲାପାଳ ମହୋଦୟ ସ୍ଵତନ୍ତ୍ର ଦୃଷ୍ଟି ଦେବାପାଇଁ ଅଞ୍ଚଳ ବାସୀ ଦାବି କରିଛନ୍ତି ।

Leave a Reply

Your email address will not be published. Required fields are marked *

error: Content is protected !!