• Mon. Jun 1st, 2026

Mamata News

ଆପଣଙ୍କ ସ୍ବର ଆମ ମାଧ୍ୟମ

ବନ୍ଧୁକ ମୂନରେ ଯୁବକ ଠାରୁ ଲୁଟିନେଲେ ମୋବାଇଲ।

Bymamatanews

May 10, 2026
Spread the love

ଅନୁଗୋଳ ଜିଲ୍ଲା ବଅଁରପାଳ ଥାନା ଅଞ୍ଚଳରେ ଦୀର୍ଘ ଦିନ ପରେ ପୁଣି ଲୁଟ୍ ଘଟଣା ଘଟିଥିବା ଅଭିଯୋଗ ହୋଇଛି। ଗତ ୮ ତାରିଖ ଶୁକ୍ରବାର ରାତି ପ୍ରାୟ ୮ ଘଟିକା ସମୟରେ ବଅଁରପାଳ ଶିମିଳି ସାହିର ୩୦ ବର୍ଷୀୟ ଯୁବକ ଅଜୟ କୁମାର ବେହେରା କଲେଜ ନିକଟସ୍ଥ ବୃନ୍ଦାବନପୁର ପୋଖରୀ ପାଖକୁ ଶୌଚ ପାଇଁ ଯାଇଥିବା ବେଳେ ଏକ କଳା ରଙ୍ଗର ୟୁନିକର୍ଣ୍ଣ ମୋଟରସାଇକେଲରେ ତିନି ଜଣ ଯୁବକ ସେଠାକୁ ଆସିଥିଲେ। ସେମାନେ ଅଜୟଙ୍କୁ ମୋବାଇଲ ଫୋନ ଦେବାକୁ କହିଥିଲେ।

ବେଖୋପ ମୋବାଇଲ ଲୁଟେରା

ଅଜୟ ମୋବାଇଲ ଦେବାକୁ ମନା କରିବାରୁ ଜଣେ ଯୁବକ ପିସ୍ତଲ ଦେଖାଇ ତାଙ୍କ ମୁଣ୍ଡରେ ଲଗାଇ ଜୀବନରେ ମାରିଦେବାକୁ ଧମକ ଦେଇଥିବା ଅଭିଯୋଗ ହୋଇଛି। ପରେ ସେମାନେ ଅଜୟଙ୍କ ହାତରୁ ମୋବାଇଲ ଛଡ଼ାଇ ଦ୍ରୁତ ଗତିରେ ବୃନ୍ଦାବନପୁର ଗ୍ରାମ ଆଡ଼କୁ ପଳାଇଯାଇଥିଲେ।ଏନେଇ ଅଜୟ ବଅଁରପାଳ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଅନ୍ୟପଟେ କଲେଜ ନିକଟସ୍ଥ ପଡ଼ିଆ ସନ୍ଧ୍ୟା ପରେ ମଦ୍ୟପଙ୍କ ଆଡ଼ାସ୍ଥଳୀ ପାଲଟୁଥିବା ବେଳେ ସେହି ଅଞ୍ଚଳରେ ବାରମ୍ବାର ଚୋରି, ଲୁଟ୍ ଓ ବିଭିନ୍ନ ଅସାମାଜିକ କାର୍ଯ୍ୟ ହେଉଥିବା ସ୍ଥାନୀୟ ଲୋକ ଅଭିଯୋଗ କରିଛନ୍ତି। ଏହି ଅଞ୍ଚଳରେ ପୋଲିସ ପକ୍ଷରୁ କଡ଼ା ପେଟ୍ରୋଲିଂ କରାଯିବାକୁ ଦାବି ହେଉଛି।

Leave a Reply

Your email address will not be published. Required fields are marked *

error: Content is protected !!