• Tue. Oct 28th, 2025

Mamata News

ଆପଣଙ୍କ ସ୍ବର ଆମ ମାଧ୍ୟମ

ଯୌତୁକ ପାଇଁ ପ୍ରେମରେ ଧୋକା ଦେଲା ପ୍ରେମିକ

Bymamatanews

Sep 13, 2025
Spread the love

ପ୍ରେମିକାକୁ ଗିରଫ କରି କୋର୍ଟ ଚାଲାଣ କଲା ବଅଁରପାଳ ପୋଲିସ

ଅନୁଗୋଳ ଜିଲ୍ଲା ବଅଁରପାଳ ଥାନା ଅଞ୍ଚଳ ଜଣେ ଯୁବତୀ ଯୌତୁକ ପାଇଁ ପ୍ରେମରେ ଧୋକା ର ଶିକାର ହୋଇଥିବା ନେଇ ଥାନାରେ ଅଭିଯୋଗ। ଧୋକା ର ଶିକାର ହୋଇଥିବା ଯୁବତୀ ଜଣଙ୍କ ହେଲେ ସୀତା ନାଏକ । ସୀତା ପ୍ରାୟ ଏକବର୍ଷ ହେବ କଣିହା ଥାନା ତାଳପଦା ଗ୍ରାମର ରଣଜିତ ନାଏକ ନାମକ ଜଣେ ଯୁବକଙ୍କ ପ୍ରେମ ସମ୍ପର୍କ ଗଢି ଉଠିଥିଲା। ଉଭୟଙ୍କ ପ୍ରେମ ପାଇଁ ଘରେ ସ୍ବୀକୃତି ଥିଲେ ମଧ୍ୟ ଯୌତୁକଜନିତ ଯୋଗୁ ବିବାହରେ ଦେଇଥିଲା ବାଧା । କିନ୍ତୁ ରଣଜିତ ବିବାହ ପାଇଁ ଜୁନ୍ ମାସ ୩୦ ତାରିଖରେ କୋର୍ଟରେ ବିବାହ ପାଇଁ ଆବେଦନ କରିବା ପରେ କୌଶଳ କ୍ରମେ ବିଭିନ୍ନ ଆଳ ଦେଖାଇ ପ୍ରେମିକାଙ୍କ ଠାରୁ ଅନଲାଇନ୍ ମାଧ୍ୟମରେ ଏକ ଲକ୍ଷ୍ୟ ଟଙ୍କା ନେଇଥିଲେ। ଏହା ମଧ୍ଯ ରେ ଦୁଇ ମାସ ବିତିଯାଇଥିଲେ ମଧ୍ୟ ପ୍ରେମିକାକୁ ବିବାହ କରି ଘରକୁ ନେବାର ନାମ ନେଉନଥିଲେ। ପ୍ରେମିକା ଶାଶୁ ଘରକୁ ଯିବା କୁ ଅଡି ବସିବାରୁ ଧୋକା ଦିଅ ପ୍ରେମିକ ଶୁଭ ବାର ନଥିବା ଘରେ ପରିବାର ସଦସ୍ୟ ଉପସ୍ଥିତ ନଥିବା ଆଳ ଦେଖାଇଥିଲେ ପରବର୍ତ୍ତି ସମୟରେ ପ୍ରେମିକ ରଞ୍ଜିତ ଅଧିକ ଯୌତୁକ କହିବାରୁ ପ୍ରେମିକା ନ୍ୟାୟ ପାଇବା ପାଇଁ ବଅଁରପାଳ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଥାନା ପକ୍ଷରୁ ମାମାଲା ରୁଜୁ କରି ସବ୍ଇନ୍ସପେକ୍ଟର କେ.ପି ନାୟକ ଘଟଣାର ତଦନ୍ତ କରିବା ସହ ଅଭିଯୁକ୍ତ ଧୋକା ଦିଆ ପ୍ରେମିକକୁ ଗିରଫ କରି କୋର୍ଟଚାଲାଣ କରିଛି।

Leave a Reply

Your email address will not be published. Required fields are marked *