• Wed. Apr 15th, 2026

Mamata News

ଆପଣଙ୍କ ସ୍ବର ଆମ ମାଧ୍ୟମ

ବର୍ଷା ରିତୁରେ ଅସହାୟ ପରିବାରଙ୍କ ନିକଟରେ ପହଁଞ୍ଚିଲେ ଯୁବ ସମାଜସେବୀ

Bymamatanews

Sep 14, 2025
Spread the love

କଥା ଦେଇ କଥା ରଖିଲେ ବିଶିଷ୍ଟ ସମାଜ ସେବୀ ତଥା ଯୁବ ମୋର୍ଚ୍ଚା ସଭାପତି ବିଷ୍ଣୁ ଭୁତିଆ (ପିଣ୍ଟୁ ଭାଇ) ବଗଚର ଗ୍ରାମର ଚଞ୍ଚଳା ନାଏକଙ୍କ ଆଜିକି ବର୍ଷେ ତଳେ ଏକ ପ୍ରଧାନମନ୍ତ୍ରୀ ଆବାସ ଯଜନା ଆସିଥିଲା । ତେବେ ଆର୍ଥିକ ଅଭାବରୁ ଚଞ୍ଚଳା ଘର ଖଣ୍ଡିକ ଛାତ ପକାଇ ପାରୁନଥିଲ। ଚଞ୍ଚଳା ତାଙ୍କ ଦୁଇ ପୁଅ ଓ ବୋହୂକୁ ନେଇ ଏହି ବର୍ଷା ପାଣିରେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇ ଏହି ଚାଳ ଛପର ଘରେ ବହୁତ ଅସୁବିଧାରେ ଚଳୁଥିଲେ । ଚଞ୍ଚଳା ତାଙ୍କ ଦୁଃଖ କଥା ଯାଇ ଯୁବ ନେତା ପିଣ୍ଟୁଙ୍କୁ ଜଣାଇଥିଲା। ଚଞ୍ଚଳା ଦୁଃଖ କଥା ଶୁଣି ପିଣ୍ଟୁ ଆର୍ଥିକ ସାହାଯ୍ୟ କରି ତାଙ୍କ ଘର ର ଛାତଟି କୁ ଆଜି ସମ୍ପୂର୍ଣ କରାଇ ଥିଲେ। ଚଞ୍ଚଳା ମାଉସୀ ପିଣ୍ଟୁ ଭାଇ ଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

Leave a Reply

Your email address will not be published. Required fields are marked *