ଅନୁଗୋଳ ଜିଲ୍ଲା ବଅଁରପାଳ ଥାନା ଅଞ୍ଚଳ ରେ ଟ୍ରକ ଦେବା କହି ୫୦ ହଜାର ଟଙ୍କା ର ଠକାମି ଅଭିଯୋଗରେ ଯୁବକ ଗିରଫ କରିଛି ପୋଲିସ। ଥାନା ପକ୍ଷରୁ ସୂଚନା ମୁତାବକ ଅଭିଯୋଗ କାରୀ ଜଣଙ୍କ ହେଲେ ଜରପଡ଼ା ଅଞ୍ଚଳ କୁଶକୀଳା ଗ୍ରାମର ନୀଳାମ୍ବର ସାହୁଙ୍କ ପୁଅ ରିପୂନ ସାହୁ। ରିପୂନ ଟ୍ରକ ଟ୍ରୀପଲର କିଣିବା ପାଇଁ ବଅଁରପାଳ ସାମଲ ଅଟୋ ଇଣ୍ଡିଆ ସହ ଯୋଗାଯୋଗ କରିଥିଲେ। ଏହାପରେ ଛେଣ୍ଡିପଦା ଅଞ୍ଚଳର ସେଲସ ମ୍ୟାନ ପ୍ରଦୀପ କୁମାର ସୁତାର କହି ରିପୂନ ଙ୍କ ସହ ଯୋଗାଯୋଗ କରିଥିଲେ। ଗାଡି ଦେବା କହି ଚଳିତ ବର୍ଷ ଜୁନ ୨୮ ଓ ୨୯ ତାରିଖରେ ଆଡଭାନ୍ସ ଆକାରରେ ୫୦ ହଜାର ଟଙ୍କା ଅନଲାଇନ ୟୁପିଆଇ ମାଧ୍ୟମରେ ନେଇ ରସିଦ୍ ଦେଇଥିଲେ ।ପରବର୍ତ୍ତୀ ସମୟରେ ଏହା ବିଷୟରେ ପ୍ରଦୀପଙ୍କ ସହ ଯୋଗାଯୋଗ କରିଥିଲେ ମଧ୍ୟ ଗାଡି ଦେବା ବଦଳରେ ରିପୂନ କୁ ଅଶ୍ଳୀଳ ଭାଷାରେ ଗାଳି ଗୁଲଜ କରିବା ସହ ଜୀବନରୁ ମାରିଦେବା ଭଳି ଧମକ ଦେଇଥିଲେ। ଏହା ନେଇ ରିପୂନ ଥାନାରେ ଅଭିଯୋଗ କରିବା ପରେ ପୋଲିସ ଅଭିଯୁକ୍ତ ପ୍ରଦୀପକୁ ଭୁବନେଶ୍ବର ଅଞ୍ଚଳରୁ ଗିରଫ କରିବା ସହିତ ସାମଲ ଅଟୋ ଇଣ୍ଡିଆ ନାମରେ ଯେଉଁ ରସିଦ ଦେଇଥିଲା ତାହା ନକଲି ବୋଲି ଜଣା ପଡ଼ିଥିଲା। ପୋଲିସ ଅଭିଯୁକ୍ତକୁ ଟଙ୍କା ଠକେଇ ଅଭିଯୋଗରେ ଆଜି କୋର୍ଟଚାଲାଣ କରିଛି।
