କେନ୍ଦୁଝର ଜିଲ୍ଲାର ଖଣିଜ କ୍ଷେତ୍ର ବଡ଼ବିଲ ପୌରାଞ୍ଚଳ ତଥା ବଡ଼ବିଲ ଥାନା ଅନ୍ତର୍ଗତ ରେ ତ୍ରିରଙ୍ଗା ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି। ପ୍ରକାଶ ଥାଉକି ଜମ୍ମୁକାଶ୍ମୀର ପେହେଲଗାମ ଠାରେ ପାକିସ୍ଥାନୀ ଆତଙ୍କବାଦୀଙ୍କ ଭାରତୀୟଙ୍କ ଉପରେ ଆକ୍ରମଣ ପରେ, ଭାରତ ସରକାଙ୍କ ପକ୍ଷରୁ ଭାରତୀୟ ସେନା ବାହିନୀ ପକ୍ଷରୁ ଗ୍ରହଣ କରାଯାଇଥିବା କାର୍ଯ୍ୟନୁଷ୍ଠାନ,ଅପରେସନ “ସିନ୍ଦୂର୍”ର ସଫଳତା ପରେ ଭାରତୀୟ ସେନାରେ ପରାକ୍ରମ୍ କୁ ଦେଖି ସେମାନଙ୍କ ଉତ୍ସାହ ବଢାଇବା ପାଇଁ ଦେଶ ବ୍ୟାପୀ ଅନୁଷ୍ଠିତ ହେଉଛି ତ୍ରିରଙ୍ଗା ଶୋଭାଯାତ୍ରା।ଏହି ପରିପ୍ରେକ୍ଷୀରେ ସକାଳୁ ସକାଳୁ କେନ୍ଦୁଝର ଜିଲ୍ଲା ସାଂସଦ ଶ୍ରୀ ଅନନ୍ତ ନାଏକ ବଡ଼ବିଲ ମୁଖ୍ୟ ପ୍ରବେଶପଥ କିରୀବୁରୁ ଛକ ପହଞ୍ଚିବା ପରେ ତାଙ୍କୁ ଦଳୀୟକର୍ମୀ ଫୁଲ ଦେଇ ସ୍ବାଗତ ଜଣାଇବା ସହ ପାଛୋଟି ନେଇଥିଲେ। ତତ୍ପରେ ବଡ଼ବିଲ ବିକାସମହଲ ପଡିଆ ଠାରୁ ଏହି ତ୍ରିରଙ୍ଗା ଶୋଭାଯାତ୍ରା ବାହାରିଥିଲା , ଏବଂ ଏକ ବିଶାଳ ତ୍ରିରଙ୍ଗା ସହ ସମସ୍ତେ ହାତରେ ତ୍ରିରଙ୍ଗା ଧରି ଭାରତ ମାତାକି ଜୟ ଓ ବନ୍ଦେ ମାତରଂ ନାରା ଦେଇ ସମଗ୍ର ବଡ଼ବିଲ ସହର ପରିକ୍ରମା କରିଥିଲେ ଏବଂ ଏହି ଶୋଭାଯାତ୍ରାରେ ହଜାର ହଜାର ସଂଖ୍ୟାରେ ବଡ଼ବିଲ ବାସୀ ସ୍ୱତ ପ୍ରବୁର୍ତ୍ତ ଭାବେ ଅଂଶ ଗ୍ରହଣ କରିଥିବା ଦେଖିବାକୁ ମିଳିଥିଲା। ଏହି କାର୍ଯ୍ୟକ୍ରମ ରେ କେନ୍ଦୁଝର ଜିଲ୍ଲା ସାଂସଦ ଅନନ୍ତ ନାଏକ ଙ୍କ ସହ ଚମ୍ପୁଆ ଉପ ଜିଲ୍ଲାପାଳ, ବଡ଼ବିଲ ତହସିଲଦାର, ବଡ଼ବିଲ ପୌରଅଧିକାରୀ, ବଡ଼ବିଲ ଉପଖଣ୍ଡ ଆରକ୍ଷୀ ଅଧିକ୍ଷକ, ପୌର କର୍ମଚାରୀ, ବଡ଼ବିଲ ପୋଲିସ୍ ଓ ଅନ୍ୟାନ୍ୟ ଆଞ୍ଚଳିକ ଅଧିକାରୀ ସାମିଲ୍ ହୋଇଥିଲେ।
କେନ୍ଦୁଝର ଜିଲ୍ଲାରୁ ସରୋଜ କୁମାର ମହାପାତ୍ରଙ୍କ ରିପୋର୍ଟ
