• Wed. Apr 15th, 2026

Mamata News

ଆପଣଙ୍କ ସ୍ବର ଆମ ମାଧ୍ୟମ

Spread the love

ଅନୁଗୋଳ ଅବକାରୀ ବିଭାଗକୁ ଶୁକ୍ରବାର ଦିନ ଦୁଇ ଦୁଇଟି ସଫଳତା ହାସଲ କରିଛି । ଅନୁଗୋଳ ଅବକାରୀ ବିଭାଗ ପକ୍ଷରୁ ଆଜି ଜଣେ ବ୍ରାଉନ ସୁଗାର ବେପାରୀଙ୍କୁ ଗିରଫ କରିଥିବା ବେଳେ ପୁଣି ଜଣେ ଦେଶୀ ମଦ ବେପାରୀଙ୍କୁ ଗିରଫ କରିଛି। ବେପାରୀଙ୍କ ଠାରୁ ପ୍ରଚୁର ପରିମାଣରେ ଦେଶୀ ମଦ ଜବତ ହୋଇଥିବା ବେଳେ ଗୋଟିଏ ଚାରି ଚକିଆ ଗାଡି ମଧ୍ୟ ଜବତ କରିଛି।

ସୂଚନା ଯେ, ଅନୁଗୋଳ ଜିଲ୍ଲା କୁରୁଡ଼ୋଲ ରାସ୍ତା ନିକଟରେ ଦେଶୀ ମଦ ନେଉ ଯାଉ ଥିବା ଅଭିଯୋଗରେ କଲିୟରୀ ଥାନା ଅନ୍ତର୍ଗତ ଜଗନ୍ନାଥପୁର ଗ୍ରାମର ରାଜେଶ ନାଏକକୁ (୨୪) ଗିରଫ କରିଛି। ଅବକାରୀ ବିଭାଗ ଆଜି ଅପରାହ୍ନ ସମୟରେ ଉକ୍ତ ବ୍ୟକ୍ତିଙ୍କ ଠାରୁ ୪୨୫ ଲିଟର ଦେଶୀ ମଦ ଜବତ ହୋଇଥିବା ଜବତ ମଦର ଆନୁମାନିକ ମୂଲ୍ୟ ପ୍ରାୟ ୮୫,୦୦୦ ଟଙ୍କା ହେବ ବୋଲି ସୂଚନା ମିଳିଛି। ତେଣୁ ବ୍ୟବହୃତ ହୋଇଥିବା ଗୋଟିଏ ଅଲ୍ଟୋ କାରକୁ ମଧ୍ୟ ଜବତ କରାଯାଇଛି।

Leave a Reply

Your email address will not be published. Required fields are marked *