• Tue. Oct 28th, 2025

Mamata News

ଆପଣଙ୍କ ସ୍ବର ଆମ ମାଧ୍ୟମ

ନାଲକୋ ଆଲୁମିନିୟମ ପାର୍କରେ ସୋଲାର ସେଲ ଉତ୍ପାଦନ ପ୍ଲାଣ୍ଟ ପାଇଁ ଭୂମିପୂଜନ କାର୍ଯ୍ୟକ୍ରମ ଅନୁଷ୍ଠିତ

Bymamatanews

Sep 15, 2025
Spread the love

ଅନୁଗୁଳ, ଖୋର୍ଦ୍ଧା, ଗଞ୍ଜାମ, କୋରାପୁଟ କାରାପୁଟ ଏବଂ ଝାରସୁଗୁଡ଼ାର ୦୫ଟି ଶିଳ୍ପ ପ୍ରକଳ୍ପର ଭୂମିପୂଜନ ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମାଝୀ ୧୫. ସେପ୍ଟେମ୍ବର ୨୦୨୫ ତାରିଖରେ ଓୟୁଏଟି ସମ୍ମିଳନୀ କକ୍ଷରୁ ଭିଡିଓ କନଫରେନିଂ ମାଧ୍ୟମରେ ଓଡ଼ିଶାର ମାନ୍ୟବର ଶିଳ୍ପ, ଦକ୍ଷତା ବିକାଶ ଏବଂ ବୈଷୟିକ ଶିକ୍ଷା ମନ୍ତ୍ରୀ ଶ୍ରୀଯୁକ୍ତ ସମ୍ପଦ ଚରଣ ସ୍ବାଇଁଙ୍କ ଉପସ୍ଥିତିରେ କରିଥିଲେ।ଏହି ଭୂମିପୂଜନ ଉତ୍ସବରେ ଅନୁଗୁଳ ଜିଲ୍ଲାରେ ଆଲୁମିନିୟମ ପାର୍କରେ ଭିଡିଓ କନଫରେନିଂ ମାଧ୍ୟମରେ ମେସର୍ସ ଶୋଭା ସୋଲାର ଲିମିଟେଡର ଭୂମିପୂଜନ ମାନ୍ୟବର ବିଧାୟକ ଶ୍ରୀଯୁକ୍ତି ପ୍ରତାପ ଚନ୍ଦ୍ର ପ୍ରଧାନ, ଜିଲ୍ଲାପାଳ ଏବଂ ଜିଲ୍ଲା ମାଜିଜିଷ୍ଟ୍ରେଟ ଶ୍ରୀଯୁକ୍ତ ଅବଦାଲ ଏମ୍. ଅଖତାରଙ୍କ ଉପସ୍ଥିତିରେ କରାଯାଇଥିଲା।

ଉପରୋକ୍ତ ୟୁନିଟ୍ ଅନୁଗୁଳ ଆଲୁମିନିୟମ ପାର୍କରେ ୩୮୦ କୋଟି ଟଙ୍କା ନିବେଶ କରି ଏକ ସିଲିକନ୍ ସୋଲାର ସେଲ ଉତ୍ପାଦନ ପ୍ଲାଣ୍ଟ ସ୍ଥାପନ କରିବା ସହ ୮୫୦ ନିଯୁକ୍ତି ସୃଷ୍ଟି କରିବା ପାଇଁ ପ୍ରସ୍ତାବିତ। ଉପରୋକ୍ତ ୦୫ଟି ୟୁନିଟ୍ ବ୍ୟତୀତ ଏହି କାର୍ଯ୍ୟକ୍ରମରେ ଅନ୍ୟ ୨୨ଟି ଶିଳ୍ପ ପ୍ରକଳ୍ପର ଭୂମିପୂଜନ ଘୋଷଣା କରାଯାଇଥିଲା ।ଯେଉଁଥିରେ ଅନୁଗୁଳ ଜିଲ୍ଲାର ମେସର୍ସ ମୋଗଲି ଲ୍ୟାବ୍ଧ ଇଣ୍ଡିଆ ପ୍ରାଇଭେଟ୍ ଲିମିଟେଡ୍ ଅନ୍ତର୍ଭୁକ୍ତ ମାନ୍ୟବର ବିଧାୟକ ଅନୁଗୁଳ ଶ୍ରୀଯୁକ୍ତ ପ୍ରତାପ ଚନ୍ଦ୍ର ପ୍ରଧାନ, ଜିଲ୍ଲାପାଳ ଏବଂ ଜିଲ୍ଲା ମାଜିଷ୍ଟ୍ରେଟ୍ ଅନୁଗୁଳ ଶ୍ରୀଯୁକ୍ତ ଅବଦାଲ୍ ଏମ୍. ଅଖତାରଙ୍କ ଉପସ୍ଥିତିରେ ଅନୁଗୁଳ ଆଲୁମିନିୟମ ପାର୍କରେ ମେସର୍ସ ମୋଗଲି ଲ୍ୟାବୃ ଇଣ୍ଡିଆ ପ୍ରାଇଭେଟ୍ ଲିମିଟେଡର ଭୂମିପୂଜନ ମଧ୍ୟ କରାଯାଇଥିଲା।

ଉପରୋକ୍ତ ୟୁନିଟ୍ ଆଲୁମିନିୟମ ପାର୍କରେ ୬୫ କୋଟି ଟଙ୍କା ନିବେଶ କରି ଏକ ଆଲୁମିନିୟମ କେବୁଲ ଉତ୍ପାଦନ ୟୁନିଟ୍ ସ୍ଥାପନ କରିବାର ପ୍ରସ୍ତାବ ରଖୁଛି ଯେଉଁଥ‌ିରେ ୧୬୫ ଜଣ ନିଯୁକ୍ତି ପାଇ ପାରିବେ । ଜିଲ୍ଲା ପରିଷଦ ସଦାସ୍ୟା, ଶ୍ରୀମତୀ ମୀରା ଗଡ଼ନାୟକ, ଉପ-ଜିଲ୍ଲାପାଳ ଶ୍ରୀ ମାୟାଧର ବେହେରା, ଜିଲ୍ଲା ପରିଷଦର ଅତିରିକୁ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀ ଗୌରବମୟ ପ୍ରଧାନ, ସାଧାରଣ ପରିଚାଳକ, ଜିଲ୍ଲା ଶିଳ୍ପ କେନ୍ଦ୍ର ଶ୍ରୀ ସିବାଶିଷ କାନୁନଗୋ, ବିଭାଗୀୟ ମୁଖ୍ୟ ଇଡକୋ ଶ୍ରୀ ଜୋଗେନ୍ଦ୍ର ଭୋଇ, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଶ୍ରୀ ଜୟଜିତ ଧଳ, ଜିଲ୍ଲା ନିବେଶ ପ୍ରୋତ୍ସାହନ ସଂସ୍ଥା ଅଧିକାରୀ ଶ୍ରୀ କାଳୁ ଚରଣ ପଟ୍ଟନାୟକ, ପ୍ରମୁଖ ଭୂମିପୂଜନ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *