ଅନୁଗୋଳ ଜିଲ୍ଲା ଜିଲ୍ଲା ମହୋସ୍ ମହୋତ୍ସବ ନିମନ୍ତେ ଏକ ପ୍ରସ୍ତୁତି ବୈଠକ ଆଜି ଅପରାହ୍ନରେ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷଠାରେ କକ୍ଷ ଠାରେ ଜିଲ୍ଲାପାଳ ଶ୍ରୀ ଅବଦାଲ ମହମ୍ମଦ ଅଖତରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଅନୁଗୋଳ ବିଧାୟକ ଶ୍ରୀ ପ୍ରତାପ ଚନ୍ଦ୍ର ପ୍ରଧାନ ଯୋଗ ଦେଇଥିଲେ । ଏହି ପ୍ରସ୍ତୁତି ବୈଠକରେ ଜିଲ୍ଲା ମହୋତ୍ସବର ସଫଳ ଫଳ ଆୟୋଜନ ନିମନ୍ତେ ଫୁଙ୍ଖାନୁପୁଙ୍ଖ ଭାବେ ଆଲୋଚନା କରାଯାଇଥିଲା । ମାର୍ଚ୍ଚ ମାସ ପ୍ରଥମ ସପ୍ତାହରେ ରେ ଅନୁଗୋଳ ଷ୍ଟାଡିୟମ ଠାରେ ୪ ଦିନ ଧରି ଜିଲ୍ଲା ମହୋତ୍ସବ ଆୟୋଜନ କରାଯିବାକୁ ବୈଠକରେ ସ୍ଥିର କରାଗଲା ।

ଜିଲ୍ଲା ମହୋତ୍ସବ ପୂର୍ବରୁ ମଶାଲ ଶୋଭାଯାତ୍ରା ଆୟୋଜନ କରାଯିବା ନିମନ୍ତେ ସ୍ଥିରିକୃତ କରାଗଲା। ଶୋଭାଯାତ୍ରାରେ ଜିଲ୍ଲାର ୪ ଗୋଟି ସ୍ଥାନ ଯଥା- ପାଳଲହଡାର ଖୁଲୁଡି ଶୈବ ପୀଠ , ଆଠମଲ୍ଲିକର ଦେଉଳଝରୀ, ଟିକରପଡାର ଶିବମନ୍ଦିର ଓ ପୁରୁଣାଗଡର ଜଗନ୍ନାଥ ମନ୍ଦିର, ଛେଣ୍ଡିପଦାର ପଦାର ବାୟାଣୀ ପୀଠରୁ ମଶାଲ ଆସି ବିଭିନ୍ନ ବ୍ଳକ ପରିକ୍ରମା କରି ସେହିଦିନ ତାଳଚେର ମା’ ହିଙ୍ଗୁଳାଙ୍କ ପୀଠରେ ଏକତ୍ରିତ ହୋଇ ଶୈଳଶ୍ରୀକ୍ଷେତ୍ର ମନ୍ଦିରଠାରେ ସ୍ଥାପିତ ହେବେ ବୋଲି ସ୍ଥିର କରାଗଲା । ମହୋତ୍ସବରେ ଜିଲ୍ଲାର କଳାକାରମାନଙ୍କୁ ପ୍ରଦର୍ଶନ କରିବା ପାଇଁ ଅଧିକ ପ୍ରାଥମିକତା ଦିଆଯିବ । ସେହିପରି ଜିଲ୍ଲା ମହୋତ୍ସବରେ ଜନସାଧାରଣଙ୍କୁ ସର୍ବୋଚ୍ଚ ପ୍ରାଥମିକତା ଦେବା ନିମନ୍ତେ ଅଧିକରୁ ଅଧିକ ସ୍ଥାନ ସାଧାରଣ ଲୋକଙ୍କ ପାଇଁ ରଖାଯିବ ଏବଂ କୌଣସି ପାସ ବ୍ୟବସ୍ଥା ରହିବ ନାହିଁ । ଜିଲ୍ଲା ମହୋତ୍ସବ ସମୟରେ କବିତା ପାଠୋତ୍ସବ, ଲେଖକ ସମ୍ମିଳନୀ, ଯୋଗ ପ୍ରାଣାୟମ ଶିବିର, ଚିତ୍ରକଳା ପ୍ରଦର୍ଶନୀ ଓ କ୍ରୀଡା ପ୍ରତିଯୋଗିତା ମଧ୍ୟ ଆୟୋଜନ କରାଯିବ । ସେହିପରି ୬ ଦିନ ଧରି ପଲ୍ଲିଶ୍ରୀ ମେଳା ଆୟୋଜନ କରାଯିବ ଏବଂ ଜିଲ୍ଲାର ଐତିହ, ସଂସ୍କୃତି, ପରମ୍ପରା, ଲୋକକଳା, ହସ୍ତଶିଳ୍ପ ସହିତ ସ୍ବଦେଶୀ ପଦାର୍ଥର ପ୍ରଦର୍ଶନୀ ପାଇଁ ସ୍ବଦେଶୀ ମେଳାର ଆୟୋଜନ ମଧ୍ୟ କରାଯିବା ନିମନ୍ତେ ବୈଠକରେ ସ୍ଥିର କରାଗଲା । ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଉଦୟ କୁମାର ମହାପାତ୍ର, ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ପ୍ରତାପ ପ୍ରୀତିମୟ, ଜିଲ୍ଲା ପରିଷଦର ମୁଖ୍ୟ ଊନ୍ନୟନ ଅଧିକାରୀ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ ଶ୍ରୀ ଦେବଦତ୍ତ ମହନ୍ତ, ପାଳଲହଡା ଉପଜିଲ୍ଲାପାଳ ଶ୍ରୀ ରବିନ୍ଦ୍ର କୁମାର ପଟେଲ, ଜିଲ୍ଲା ପରିଷଦର ଅତିରିକ୍ତ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ ଶ୍ରୀ ଗୌରବମୟ ପ୍ରଧାନ, ଅନୁଗୋଳ ତହସିଲଦାର ଶ୍ରୀ ଆଲୋକ କୁମାର ଦେହୁରୀ, ଓରମାସର ଯୁଗ୍ମ କାର୍ଯ୍ୟନିର୍ବାହୀ ଅଧ୍ବକାରୀ ଶ୍ରୀ ବିମନ ମଲ, ଜିଲ୍ଲା ସଂସ୍କୃତି ଅଧିକାରୀ ଶ୍ରୀ ଦୁଃଶାସନ ନାଏକ, ବିଭିନ୍ନ ବିଭାଗୀୟ ଜିଲ୍ଲା ସ୍ତରୀୟ ଅଧିକାରୀ, ଜିଲ୍ଲା ସଂସ୍କୃତି ପରିଷଦ ଓ ଜିଲ୍ଲା ମହୋତ୍ସବ କମିଟିର ସଦସ୍ୟ ସଦସ୍ୟାଙ୍କ ସମେତ ଗଣମାଧ୍ୟମର ପ୍ରତିନିଧ ପ୍ରମୁଖ ଯୋଗ ଦେଇଥିଲେ।
