• Wed. Apr 15th, 2026

Mamata News

ଆପଣଙ୍କ ସ୍ବର ଆମ ମାଧ୍ୟମ

ସହିଦ ବାଜି ରାଉତ ଫୁଟବଲ ଟୁର୍ନାମେଣ୍ଟ ଉଦ୍ଘାଟିତ

Bymamatanews

Jan 16, 2026
Spread the love

ସେମି ଫାଇନାଲ ମ୍ୟାଚ କୁ ଉଦଘାଟନ କଲେ ଢେଙ୍କାନାଳ ସାଂସଦ ରୁଦ୍ର ନାରାୟଣ ପାଣି

ଅନୁଗୁଳ : ଅନୁଗୁଳ ତୁରଙ୍ଗ ସ୍ଥିତ ଫୁଟବଲ ଗ୍ରାଉଣ୍ଡ ରେ ଚତୁର୍ଥ ବର୍ଷ ସହିଦ ବାଜି ରାଉତ ଫୁଟବଲ ଟୁର୍ନାମେଣ୍ଟ ଅନୁଷ୍ଠିତ ହେଉଛି |ଆଜି ଗୁରୁବାର ସେମି ଫାଇନାଲ ମ୍ୟାଚ ଜି ଟି ଟି ସି ତଳମୂଳ ଏବଂ ଚାନ୍ଦ କ୍ଳବ ଅନୁଗୁଳ ମଧ୍ୟରେ ଅନୁଷ୍ଠିତ ହୋଇଛି |ଢେଙ୍କାନାଳ ସାଂସଦ ରୁଦ୍ର ନାରାୟଣ ପାଣି ଏହି ସେମି ଫାଇନାଲ ମ୍ୟାଚ କୁ ଉଦଘାଟନ କରିଥିଲେ |

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଙ୍କ ପ୍ରୟାସ ରେ ସର୍ବ କନିଷ୍ଠ ସହିଦ ବାଜି ରାଉତ ଙ୍କୁ ଉଚିତ ସମ୍ମାନ ଦେବା ଉଦ୍ଦେଶ୍ୟ ରେ ଉକ୍ତ ଫୁଟବଲ ଟୁର୍ନାମେଣ୍ଟ ଦୀର୍ଘ ଚାରି ବର୍ଷ ହେଲା ଆୟୋଜିତ ହେଉଥିବାରୁ ସାଂସଦ କେନ୍ଦ୍ରମନ୍ତ୍ରୀ ଙ୍କୁ ଧନ୍ୟବାଦ ଦେଇଥିଲେ |ଅନ୍ୟ ମାନଙ୍କ ମଧ୍ୟରେ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟା ପ୍ରତିମା ମିଶ୍ର, ରୋଜାଲିନ ଦାସ, ପ୍ରଶାନ୍ତ ଦାସ, ମହେଶ୍ୱର ଥମ୍ବ, ତୁରଙ୍ଗ ନାଏବ ସରପଞ୍ଚ ପ୍ରତିମା ବେହେରା, ବ୍ରଜବନ୍ଧୁ ସାହୁ, ପ୍ରାକ୍ତନ ସରପଞ୍ଚ ସନ୍ତୋଷ ଥମ୍ବ ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ |

Leave a Reply

Your email address will not be published. Required fields are marked *