ଅନୁଗୋଳ ଅବକାରୀ ବିଭାଗ ପକ୍ଷରୁ ୨୨ ଗ୍ରାମ ବ୍ରାଉନସୁଗାର ଜବତ କରିଥିବା ବେଳେ ଜଣଙ୍କୁ ଗିରଫ କରାଯାଇଛି । ଗିରଫ ବ୍ୟକ୍ତି ଜଣଙ୍କ ହେଲେ ଅନୁଗୁଳ ଜିଲ୍ଲା ବଳରାମପ୍ରସାଦ କେନ୍ଦୁ ପାଟଣା ଅଞ୍ଚଳର ରାକେଶ ବେହେରା ବୋଲି ସୂଚନା ମିଳିଛି। ରାକେଶ ଗ୍ରାହକ ଅପେକ୍ଷାରେ ଥିବା ବେଳେ କାବୁ କରିନେଲା ଅନୁଗୋଳ ଅବକାରୀ ବିଭାଗ । ଜବତ ବ୍ରାଉନସୁଗାରର ଆନୁମାନିକ ମୂଲ୍ୟ ପ୍ରାୟ ୨ ଲକ୍ଷ ୨୦ ହଜାର ଟଙ୍କା ହେବ ବୋଲି ଅନୁଗୋଳ ଅବକାରୀ ବିଭାଗ ସୂଚନା ଦେଇଛି ।
