• Tue. Feb 24th, 2026

Mamata News

ଆପଣଙ୍କ ସ୍ବର ଆମ ମାଧ୍ୟମ

ଅନୁଗୋଳ ପୋଲିସ ଦ୍ୱାରା ମୋବାଇଲ ହସ୍ତାନ୍ତର ମେଳା ଆୟୋଜିତ

Bymamatanews

Jun 17, 2025
Spread the love

ଅନୁଗୋଳ ପୋଲିସ ଦ୍ୱାରା ମୋବାଇଲ ହସ୍ତାନ୍ତର ମେଳା ଆୟୋଜିତ ହୋଇଛି । ଅନୁଗୋଳର ଜିଲ୍ଲା ପୋଲିସ କାର୍ଯ୍ୟାଳୟର ସମ୍ମିଳନୀ କକ୍ଷରେ ହଜିଯାଇଥିବା କିମ୍ବା ନିଖୋଜ ହୋଇଥିବା ମୋବାଇଲ ସବୁକୁ ସେମାନଙ୍କର ପ୍ରକୃତ ହିତାଧିକାରୀଙ୍କୁ ହସ୍ତାନ୍ତର କରାଯାଇଥିଲା ।

ଏହି କାର୍ଯ୍ୟକ୍ରମରେ ଉତ୍ତର-କେନ୍ଦ୍ରାଞ୍ଚଳ IG ସତ୍ୟବ୍ରତ ଭୋଇ, ଅନୁଗୋଳ SP ରାହୁଲ ଜୈନ ସାମିଲ ହୋଇଥିଲେ ।ଏହି କାର୍ଯ୍ୟକ୍ରମରେ ଉଦ୍ଧାର କରାଯାଇଥିବା ୧୨୫ ରୁ ଅଧିକ ସ୍ମାର୍ଟ ଫୋନ୍ ଗୁଡିକ ର ସେମାନଙ୍କର ପ୍ରକୃତ ମାଲିକଙ୍କୁ ଫେରସ୍ତ କରାଯାଇଥିଲା। ଉଦ୍ଧାର ହୋଇଥିବା ମୋବାଇଲ୍ ଫୋନ୍‌ର ମୂଲ୍ୟ ପ୍ରାୟ ୨୦ ଲକ୍ଷ ଟଙ୍କା ହେବ ବୋଲି ପୋଲିସ ପକ୍ଷରୁ ସୂଚନା ଦିଆଯାଇଥିଲା ।

ମୋବାଇଲ୍ ଫୋନ୍ ଗୁଡ଼ିକର ସଫଳ ଉଦ୍ଧାର ପାଇଁ ପୋଲିସ ଷ୍ଟେସନ୍‌ର ଅଧିକାରୀଙ୍କ ପ୍ରୟାସ ଏବଂ ଅନୁଗୋଳ ଜିଲ୍ଲା ପୋଲିସ ସାଇବର ସେଲ୍‌ର କର୍ମଚାରୀଙ୍କ ପ୍ରୟାସ ଯୋଗୁଁ ସମ୍ଭବ ହୋଇ ପାରିଥିଲା ।କାର୍ଯ୍ୟକ୍ରମରେ ଉତ୍ତର-କେନ୍ଦ୍ରାଞ୍ଚଳ IG ଏବଂ ଅନୁଗୋଳ ଆରକ୍ଷୀ ଅଧିକ୍ଷକଙ୍କ ଦ୍ୱାରା ଉଦ୍ଧାର ହୋଇଥିବା ମୋବାଇଲ ସମସ୍ତ ପ୍ରକୃତ ମାଲିକଙ୍କୁ ପ୍ରଦାନ କରାଯାଇଥିଲା ।

Leave a Reply

Your email address will not be published. Required fields are marked *