ଅନୁଗୋଳ ପୋଲିସ ଦ୍ୱାରା ମୋବାଇଲ ହସ୍ତାନ୍ତର ମେଳା ଆୟୋଜିତ ହୋଇଛି । ଅନୁଗୋଳର ଜିଲ୍ଲା ପୋଲିସ କାର୍ଯ୍ୟାଳୟର ସମ୍ମିଳନୀ କକ୍ଷରେ ହଜିଯାଇଥିବା କିମ୍ବା ନିଖୋଜ ହୋଇଥିବା ମୋବାଇଲ ସବୁକୁ ସେମାନଙ୍କର ପ୍ରକୃତ ହିତାଧିକାରୀଙ୍କୁ ହସ୍ତାନ୍ତର କରାଯାଇଥିଲା ।

ଏହି କାର୍ଯ୍ୟକ୍ରମରେ ଉତ୍ତର-କେନ୍ଦ୍ରାଞ୍ଚଳ IG ସତ୍ୟବ୍ରତ ଭୋଇ, ଅନୁଗୋଳ SP ରାହୁଲ ଜୈନ ସାମିଲ ହୋଇଥିଲେ ।ଏହି କାର୍ଯ୍ୟକ୍ରମରେ ଉଦ୍ଧାର କରାଯାଇଥିବା ୧୨୫ ରୁ ଅଧିକ ସ୍ମାର୍ଟ ଫୋନ୍ ଗୁଡିକ ର ସେମାନଙ୍କର ପ୍ରକୃତ ମାଲିକଙ୍କୁ ଫେରସ୍ତ କରାଯାଇଥିଲା। ଉଦ୍ଧାର ହୋଇଥିବା ମୋବାଇଲ୍ ଫୋନ୍ର ମୂଲ୍ୟ ପ୍ରାୟ ୨୦ ଲକ୍ଷ ଟଙ୍କା ହେବ ବୋଲି ପୋଲିସ ପକ୍ଷରୁ ସୂଚନା ଦିଆଯାଇଥିଲା ।

ମୋବାଇଲ୍ ଫୋନ୍ ଗୁଡ଼ିକର ସଫଳ ଉଦ୍ଧାର ପାଇଁ ପୋଲିସ ଷ୍ଟେସନ୍ର ଅଧିକାରୀଙ୍କ ପ୍ରୟାସ ଏବଂ ଅନୁଗୋଳ ଜିଲ୍ଲା ପୋଲିସ ସାଇବର ସେଲ୍ର କର୍ମଚାରୀଙ୍କ ପ୍ରୟାସ ଯୋଗୁଁ ସମ୍ଭବ ହୋଇ ପାରିଥିଲା ।କାର୍ଯ୍ୟକ୍ରମରେ ଉତ୍ତର-କେନ୍ଦ୍ରାଞ୍ଚଳ IG ଏବଂ ଅନୁଗୋଳ ଆରକ୍ଷୀ ଅଧିକ୍ଷକଙ୍କ ଦ୍ୱାରା ଉଦ୍ଧାର ହୋଇଥିବା ମୋବାଇଲ ସମସ୍ତ ପ୍ରକୃତ ମାଲିକଙ୍କୁ ପ୍ରଦାନ କରାଯାଇଥିଲା ।

