• Wed. Apr 15th, 2026

Mamata News

ଆପଣଙ୍କ ସ୍ବର ଆମ ମାଧ୍ୟମ

ଝୁଲନ୍ତା ଅବସ୍ଥାରେ ମୃତ ଦେହ ଉଦ୍ଧାର

Bymamatanews

Jun 17, 2025
Spread the love

ହତ୍ୟା ନା ଆତ୍ମହତ୍ୟା

ଅନୁଗୋଳ ବନ୍ତଳା ଥାନା ଅନ୍ତର୍ଗତ ଗୁରଙ୍ଗ ନୋବଦୟ ସ୍କୁଲ ପଡ଼ିଆ ନିକଟରେ ଥିବା ଜଙ୍ଗଲରୁ ଜଣେ ଯୁବକ ଙ୍କର ଗଛରେ ଝୁଲନ୍ତା ଅବସ୍ଥାରେ ମୃତ ଦେହ କୁ ଉଦ୍ଧାର କରିଛି ପୋଲିସ। ସୂଚନା ଯେ, ଗୁରଙ୍ଗ ଗ୍ରାମ ର ତିର ବେହେରା ଙ୍କ ପୁଅ ପିଣ୍ଟୁ ବେହେରା (୨୨) ଗତ ୧୪ ତାରିଖ ଦିନ ଠାରୁ ନିଖୋଜ ଥିଲେ। ଘର ଲୋକେ ବହୁତ ଖୋଜାଖୋଜି କରିବା ପରେ ଆଜି ସନ୍ଧ୍ୟାରେ ଗୁରଙ୍ଗ ନୋବଦୟ ସ୍କୁଲ ପଡ଼ିଆ ନିକଟରେ ଥିବା ଜଙ୍ଗଲର ଏକ ଗଛରେ ରସିଲଗାଇ ଝୁଲୁଥିବା ପରିବାର ଲୋକେ ଦେଖି ସଙ୍ଗେ ସଙ୍ଗେ ବନ୍ତଳା ଥାନା କୁ ଖବର ଦେଇଥିଲେ। ଘଟଣା ସ୍ଥଳରେ ପୋଲିସ ପହଞ୍ଚି ମୃତଦେହ କୁ ଜବତ କରି ବ୍ୟବଚ୍ଛେଦ ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ କୁ ପଠାଇ ତଦନ୍ତ ଜାରି ରଖିଛି । ଏପଟେ ପରିବାର ଲୋକେ ପୁଅକୁ ହତ୍ୟା କରିଥିବା ନେଇ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି।

Leave a Reply

Your email address will not be published. Required fields are marked *