• Tue. Feb 24th, 2026

Mamata News

ଆପଣଙ୍କ ସ୍ବର ଆମ ମାଧ୍ୟମ

ଜିଲ୍ଲା ମୁଖ୍ୟଚିକିତ୍ସାଳୟ ରେ ଲୁଟ ର ଶିକାର ହେଲେ ରୋଗୀ

Bymamatanews

Jun 17, 2025
Spread the love

ବ୍ୟାଗ ରୁ ନେଇ ଗଲେ ୧୨ ହଜାର ଟଙ୍କା ସହ ସୁନା ଗହଣା

ଉପରେ ସିକ୍ୟୁରିଟି ବ୍ୟବସ୍ଥା ମାଳମାଳ କିନ୍ତୁ ଭିତରେ ଖୋଳ

ଅନୁଗୋଳ ଟାଉନ ଥାନା ଅଞ୍ଚଳ ରେ ଥିବା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ରେ ରୋଗୀ ଙ୍କ ବ୍ୟାଗ ରୁ ନେଇ ଗଲେ ୧୨ ହଜାର ଟଙ୍କା ସହ ସୁନା ଗହଣା। ସୂଚନା ଯେ, ଆଜି ସକାଳ ୮ ଘଟିକା ବେଳେ ବଇଣ୍ଡା ଅଞ୍ଚଳର ସୋଲଣ୍ଡା ଗ୍ରାମର ଭୀମସେନ ଦେହୁରୀ ଙ୍କ ପୁଅ ସୁମିତ୍ରା ଦେହୁରୀ (୫୦) କିଡ଼ନୀ ରୋଗ କ୍ଲାନ୍ତ ହୋଇ ଥିବାରୁ ଆଜି ସକାଳ ୮ ଘଟିକା ବେଳେ ଡାକ୍ତରଙ୍କୁ ଦେଖାଇବାକୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ରେ ଆସିଥିଲେ। ଡାକ୍ତରଙ୍କୁ ଦେଖାଇ ସାରିବା ପରେ ଡାକ୍ତର ରକ୍ତ ପରୀକ୍ଷା ପାଇଁ କହିଥିଲେ।

ସୁମିତ୍ରା ରକ୍ତ ପରୀକ୍ଷା କରିବା ପାଇଁ ଯାଇଥିଲେ। ଆଣିଥିବା ବ୍ୟାଗଟି ପରୀକ୍ଷା କେନ୍ଦ୍ରରେ ରଖି ପରୀକ୍ଷା ପାଇଁ ଯାଇଥିଲେ। ରକ୍ତ ପରୀକ୍ଷା କରି ଆସି ଦେଖିଲା ବେଳକୁ ଯେଉଁ ସ୍ଥାନରେ ବ୍ୟାଗ ରଖିଥିଲେ ସେହି ଜାଗାରେ ବ୍ୟାଗ ନ ରହି ଅନ୍ୟ ଏକ ସ୍ଥାନରେ ରହିଥିଲା। ସଙ୍ଗେ ସଙ୍ଗେ ବ୍ୟାଗ ଖୋଲି ଦେଖିଲା ବେଳକୁ ବ୍ୟାଗ ରେ ରଖିଥିବା ୧୨ ହଜାର ଟଙ୍କା ଏବଂ ସୁନା ଆଉ ନାହିଁ । ସଙ୍ଗେ ସଙ୍ଗେ ଏ ଘଟଣା ବିଷୟରେ ଚିକିତ୍ସାଳୟ କର୍ତ୍ତୃପକ୍ଷ ଙ୍କୁ ଜାଣଇ ଥିଲେ। କିନ୍ତୁ ସୁମିତ୍ରା ଙ୍କୁ କେହି ସହଯୋଗ କରି ନଥିଲେ। ଖବର ପାଇ ଟାଉନ ପୋଲିସ ପହଁଞ୍ଚି ସୁମିତ୍ରା ଠାରୁ ଅଭିଯୋଗ ପାଇବା ପରେ ତଦନ୍ତ ଆରମ୍ବ କରିଛି। ତଦନ୍ତ ବେଳେ ପୋଲିସ ଜାଣିବାକୁ ପାଇଲା ଯେ, ଲାଗିଥିବା ସିସି କ୍ୟାମେରା କାମ କରୁ ନାହିଁ। ଏ ଘଟଣା ସ୍ପଷ୍ଟ ହେଉଛି ଯେ, ଚିକିତ୍ସାଳୟ କତୃପକ୍ଷ ଙ୍କ ଅବହେଳା ପାଇଁ ରୋଗୀ ମାନଙ୍କ ମୂଲ୍ୟବାନ ଜିନିଷ ପତ୍ର ଚୋରି ହେଉଛି। ରୋଗୀ ମାନେ ମଧ୍ୟ ପ୍ରତ୍ୟକ ସମୟରେ ହନ୍ତସନ୍ତ ହେଉଛନ୍ତି। ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ଦିନକୁ ଦିନ ଦୁର୍ବୃତ୍ତଙ୍କ ଉତ୍ତାପ ବୃଦ୍ଧି ହେବାରେ ଲାଗିଛି କେତେବେଳେ ମଦ ବେପାରୀ ଗିରଫ, କେତେବେଳେ ଦଲାଲ ରାଜ ଚାଲିଥିଲା ଏବେ ରୋଗୀଙ୍କୁ ଲୁଟ ଘଟଣା ଘଟିଛି। ଏହିପରି ଘଟଣାକୁ ସହର ର ବୁଦ୍ଧିଜୀବୀ ଘୋର ନିନ୍ଦା କରିଛନ୍ତି।

Leave a Reply

Your email address will not be published. Required fields are marked *