ଜଗତସିଂହପୁର (୧୮/୦୩/୨୦୨୬) : ରାଜ୍ୟ ରେ ବାୟୁ ପ୍ରଦୂଷଣ ଓ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟି ରେ ରଖି ଘରୋଇ ଏବଂ ବ୍ୟବସାୟିକ ଇଟାଭାଟି ମାଲିକ ମାନଙ୍କୁ ଜଗତସିଂହପୁର ଜ଼ିଲ୍ଲା ପ୍ରଶାସନ ଫେବୃଆରୀ ଶେଷ ସପ୍ତାହ ପରେ ଇଟା ପକାଇବା ଓ ଇଟାଭାଟି ପୋଡ଼ିବାକୁ ସମ୍ପୂର୍ଣ ବାରଣ କରିଥିଲା |

ହେଲେ ଜ଼ିଲ୍ଲା ପ୍ରଶାସନ ନିର୍ଦେଶକୁ ସମ୍ପୂର୍ଣ ବେଖାତିର କରି ଜଗତସିଂହପୁର ପୌର ପରିଷଦ କଣ୍ଟାପଡା ଏକ ନମ୍ବର ୱାର୍ଡ କେନାଲ ପାର୍ଶ୍ଵ ରେ କେତେକ ବ୍ୟବସାୟୀ ବେଆଇନି ଭାବେ ଇଟା ପକାଇବା ସହିତ ଇଟାଭାଟି

ପଡୁଥିବା ବେଳେ ଘଟଣା ସ୍ଥଳରେ ଜ଼ିଲ୍ଲା ପ୍ରଶାସନିକ ଅଧିକାରୀ, ଜଗତସିଂହପୁର ତହସିଲଦାର, ଜଗତସିଂହପୁର ଥାନା ଅଧିକାରୀ ପ୍ରମୁଖ ଉପସ୍ଥିତ ରହି ବେଆଇନି ଇଟା ଭାଟି କୁ ଅଗ୍ନିଶମ ବାହିନୀ ଦ୍ୱାରା ପାଣି ପକାଇ ଲିଭାଇବା ସହିତ ବୁଲଡୋଜର ସହାୟତା ରେ ସମ୍ପୂର୍ଣ ଭାଙ୍ଗି ଦେବାରୁ ଉକ୍ତ ଅଞ୍ଚଳ ରେ ଚାପା ଉତେଜନା ଦେଖାଦେଇଛି |
ଜଗତସିଂହପୁର ରୁ ଜ୍ୟୋତି ରଞ୍ଜନ ପରିଡା ଙ୍କ ରିପୋର୍ଟ
